ରୁଚି ଫ୍ରୋଜିଟ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୬।୧୧: ରୁଚି ଫ୍ରୋଜିଟ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଶନିବାର କଟକସ୍ଥିତ ମଧୁପାଟଣା ଶିଳ୍ପାଞ୍ଚଳ (ରୁଚି କମ୍ପାନୀ ପାଖ)ଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରୁଚି ଫୁଡ୍‌ଲାଇନ୍‌ର ନିର୍ଦ୍ଦେଶିକା ସଙ୍ଗୀତା ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରୁଚି ଫୁଡ୍‌ଲାଇନ୍‌ର ପରିଚାଳନା ନିର୍ଦ୍ଦେଶକ ଡ.ଶରତ କୁମାର ସାହୁଙ୍କ ସମେତ ନିର୍ଦ୍ଦେଶିକା ରଶ୍ମି ସାହୁ, ନିର୍ଦ୍ଦେଶକ ଅରବିନ୍ଦ୍‌ ସାହୁ, ନିର୍ଦ୍ଦେଶିକା ସଲିନା ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉକ୍ତ ଆଉଟ୍‌ଲେଟ୍‌ରେ ବିଭିନ୍ନ ପ୍ରକାର ଫ୍ରୋଜନ୍‌ ଫୁଡସ, ରେଡି-ଟୁ-ଇଟ୍‌,ରେଡି-ଟୁ-କୁକ୍‌, ସ୍ବାସ୍ଥ୍ୟୋପଯୋଗୀ ଜିନିଷ, ପ୍ରିମିୟମ୍‌ ପ୍ରଡ଼କ୍ସ, ମୃଦୁପାନୀୟ ଓ ବିଭିନ୍ନ ପାରମ୍ପରିକ ଖାଦ୍ୟ ଉପଲବ୍ଧ। ସେହିଭଳି ପ୍ରତି କ୍ରୟ ଉପରେ ଫ୍ଲାଟ୍‌ ୨୦% ର ରିହାତି ୨୦୨୩ ଡିସେମ୍ବର ୫ ପର୍ଯ୍ୟନ୍ତ ଆଉଟଲେଟର ଉଦ୍‌ଘାଟନୀ ଅଫର ଭାବେ ଖାଉଟିମାନେ ପାଇପାରିବେ। ଅପରପକ୍ଷରେ ଫ୍ରୋଜିଟ୍‌ର ଶିଳ୍ପା ଦାସ, ଶ୍ରୀକାନ୍ତ ମହାପାତ୍ର, ଆଦ୍ୟାଶା ପଟ୍ଟନାୟକ, ଅଭିନାଶ ସିଂ, ସାଗ୍‌ନିକା ମହାପାତ୍ର, ସୋନାଲି ବେହେରା, ସଞ୍ଜୟ ଦାଶ ଏବଂ ଅଂଶୁମାନ ପତି ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share