୫ ବର୍ଷ ହେଲା ଅଟକିଛି ସମ୍ପ୍ରସାରଣ ପ୍ରସ୍ତାବ

ଯାଜପୁର,୧୦ା୯(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା ସୁକିନ୍ଦା ବ୍ଲକ କାଞ୍ଚିଚୁଅଁା ଅଞ୍ଚଳବାସୀଙ୍କ ବିରୋଧ ଯୋଗୁ ରାମକୀ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପର ପ୍ରସ୍ତାବିତ ସମ୍ପ୍ରସାରଣ କାର୍ଯ୍ୟ ବନ୍ଦ ହୋଇ ପଡ଼ିଛି। ପାରିପାର୍ଶ୍ୱିକ ବିକାଶ ଏବଂ ଜଳ, ବାୟୁ ପ୍ରଦୂଷଣ ନିୟନ୍ତ୍ରଣରେ ବିଫଳତା ଯୋଗୁ ଲୋକେ ୫ ବର୍ଷ ତଳେ ଅର୍ଥାତ ୨୨ା୩ା୨୦୧୮ରେ ଅନୁଷ୍ଠିତ ଜନଶୁଣାଣିକୁ ବିରୋଧ କରି ଏଭଳି ପଦକ୍ଷେପ ନେଇଥିଲେ। ଏହାପରେ ରାମକୀ ପକ୍ଷରୁ ପରବର୍ତ୍ତୀ ଜନଶୁଣାଣୀ ବି ସଫଳ ହୋଇ ନ ପାରିବାରୁ ଏହି ପ୍ରକଳ୍ପରେ ପୂର୍ଣ୍ଣଛେଦ ପଡ଼ିଥିବା ଚର୍ଚ୍ଚା ହେଉଛି। ଖଣି ଏବଂ ବିଭିନ୍ନ ଶିଳ୍ପସଂସ୍ଥାଗୁଡ଼ିକର ବିପଦପୂର୍ଣ୍ଣ ବର୍ଜ୍ୟବସ୍ତୁ ପରିଚାଳନା ଠିକ୍‌ ଭାବେ ହେଉ ନ ଥିବାରୁ ସ୍ବଚ୍ଛ ପରିବେଶ ଆଶା ଦିନକୁ ଦିନ ଆହୁରି ଉତ୍କଟ ହେଉଥିବା ମତପ୍ରକାଶ ପାଉଛି।
ରାମକୀ ଏନ୍‌ଭିରୋ ଇଞ୍ଜିନିୟର୍ସ ଲିମିଟେଡ୍‌ ଓଡ଼ିଶା ଜୈବ ଔଷଧୀୟ ପରିଚାଳନା ପ୍ରକଳ୍ପର ଏକ ବିଭାଗ। ଯାଜପୁର ଜିଲାରେ ଏକ କମନ୍‌ ବାୟୋ-ମେଡିକାଲ ଓ୍ବେଷ୍ଟ ଟ୍ରିଟ୍‌ମେଣ୍ଟ ଫାସିଲିଟି (ସିବିଡବ୍ଲ୍ୟୁଟିଏଫ୍‌) ସ୍ଥାପନ କରି ବର୍ଜ୍ୟ ପରିଚାଳନା କରିବା ପାଇଁ ପ୍ରସ୍ତାବ ହୋଇଥିଲା। ଏହି ପ୍ରକଳ୍ପ ପାଇଁ କାଞ୍ଚିଚୁଆଁ ଗ୍ରାମରେ ୧ ଏକର ପରିମିତ ଜମିରେ ପ୍ରାୟ ୪ କୋଟି ଟଙ୍କା ବ୍ୟୟ ଅଟକଳ ରହିଥିଲା। ଏଥିରେ କଳିଙ୍ଗନଗର ସମେତ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ ଏବଂ ଢେଙ୍କାନାଳ ଜିଲାର ଖଣି ଓ ଶିଳ୍ପାଞ୍ଚଳର ପ୍ରାୟ ୩୦ ହଜାର ଶଯ୍ୟାରୁ ବିପଦପୂର୍ଣ୍ଣ ବର୍ଜ୍ୟ ସଂଗ୍ରହ କରି ତାହାକୁ ପରିଚାଳନା କରିବାକୁ ପ୍ରସ୍ତାବ ଥିଲା। ରାଜ୍ୟର ୩୫୪ଟି ଶିଳ୍ପ କାରଖାନାରେ ବିପଦପୂର୍ଣ୍ଣ ବର୍ଜ୍ୟ ସୃଷ୍ଟି ହେଉଛି। ଏହିକ୍ରମରେ ସମନ୍ବିତ ବିପଦପୂର୍ଣ୍ଣ ବର୍ଜ୍ୟ ପରିଚାଳନା ପ୍ରକଳ୍ପର ଆବଶ୍ୟକତା ରହିଛି ବୋଲି ରାମକୀ ଯୁକ୍ତି ବାଢ଼ିଥିଲା। ପୂର୍ବରୁ କାଞ୍ଚିଚୁଅଁାଠାରେ ୭୦ ଏକର ପରିମିତ ଜମିରେ ବାର୍ଷିକ ୭୫ ହଜାର ଟନ୍‌ କ୍ଷମତା ବିଶିଷ୍ଟ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ରହିଛି। ପାଣିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକାଧିକ ବୋରୱେଲ ଖନନ କରାଯାଇ ଜଳ ଉତ୍ତୋଳନ କରାଯାଉଛି। ଫଳରେ ଆଖପାଖ ଗ୍ରାମରେ ଭୂତଳ ଜଳ ନିମ୍ନଗାମୀ ହେବା ସହିତ ପାନୀୟ ଜଳର ଉତ୍କଟ ସମସ୍ୟା ସୃଷ୍ଟି ହେଉଛି ବୋଲି ଅଭିଯୋଗ ହେଉଛି। ବେଳେ ବେଳେ ରାମକୀର ଏହି ପ୍ରକଳ୍ପରୁ ଦୂଷିତ ବାୟୂ ନିର୍ଗତ ହୋଇ ଆଖପାଖ ଅଞ୍ଚଳର ଗ୍ରାମବାସୀଙ୍କ ଆଖି ଏବଂ ନାକ ପୋଡିବା କାରଣରୁ ଅଞ୍ଚଳବାସୀ ଆନ୍ଦୋଳନ କରିଥିବା ନଜିର ରହିଛି। ସ୍ଥାନୀୟ ନିଯୁକ୍ତି ନ ଦେବା ଏବଂ ବିଷାକ୍ତ ପ୍ରଦୂଷଣ କାରଣରୁ ପ୍ରଭାବିତ ଲୋକେ ଏହି ପ୍ରକଳ୍ପର ସମ୍ପ୍ରସାରଣକୁ ବିରୋଧ କରୁଥିବା ମତପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ ଯେ, ଗତ ମାର୍ଚ୍ଚ ୨୨ରେ ଅନୁଷ୍ଠିତ ଜନଶୁଣାଣିକୁ ୫ଟି ପଞ୍ଚାୟତର ସରପଞ୍ଚ ଓ ଜନସାଧାରଣ ପ୍ରବଳ ବିରୋଧ କରିଥିଲେ। କମ୍ପାନୀର ସମ୍ପ୍ରସାରଣ ସହିତ ଭସ୍ମୀଭୂତ ପଦାର୍ଥର ସୁପରିଚଳନା ପାଇଁ ଭସ୍ମକ ଯନ୍ତ୍ର ପ୍ରତିଷ୍ଠା, ଶିଳ୍ପ/ଖଣି ସଂସ୍ଥାରୁ ବର୍ଜ୍ୟବସ୍ତୁ ସଂଗ୍ରହ, ଜରୁରୀକାଳୀନ ଉତ୍ତର ପ୍ରକଳ୍ପ(ଏର୍ମାଜେନ୍ସି ରେସପନ ପ୍ଲାନ) ପ୍ରଭୃତି ପ୍ରସ୍ତାବ ଏବେ ଅଟକି ରହିଛି। ଏ ସଂକ୍ରାନ୍ତରେ ରାମକୀ କମ୍ପାନୀର ପରିଚାଳକ ପବିତ୍ର କୁମାର ଧଳଙ୍କୁ ପଚାରିବାରୁ ସେ କହିଛନ୍ତି, ସମ୍ପ୍ରସାରଣ କାର୍ଯ୍ୟ ବନ୍ଦ ରହିଛି। ଜନଶୁଣାଣୀ ନ ହେବାରୁ ଏହି ପ୍ରକଳ୍ପ ପୂର୍ବ କ୍ଷମତା ଅନୁସାରେ ଚାଲିଛି। ତେବେ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟ ସଚାରୁରୂପେ ଚାଲିଛି ଏବଂ ଲୋକଙ୍କ କୌଣସି ସମସ୍ୟା ହେଉନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

କଟକ,୨୦।୯(ଶିଳ୍ପା ପ୍ରିୟଦର୍ଶିନୀ) କଟକ ବାଲିଯାତ୍ରା ଉପର ପଡିଆରେ ଗଣେଶ ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେଇଥିଲେ। ଏହାପରେ...

ବୋନସ ଦାବି ତେଜିଲା…

ରାଉରକେଲା,୨୦।୯(ସଙ୍ଗୀତା ଜେନା): କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ସିଟୁ ସମର୍ଥିତ ଷ୍ଟିଲ୍‌ ଏମ୍ପ୍ଲୟିଜ୍‌ ଟ୍ରେଡ୍‌ ୟୁନିୟନ ତଥା ରାଉରକେଲା କଣ୍ଟ୍ରାକ୍ଟର ୱାର୍କର୍ସ ୟୁନିୟନ ପକ୍ଷରୁ ଶୁକ୍ରବାର ପାୱାରଗେଟ୍‌...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କଲେ ପଶ୍ଚିମବଙ୍ଗ ସରକାର: ରାସ୍ତାରେ ଅଟକିଛି ହଜାର ହଜାର ଟ୍ରକ୍‌

ରାଞ୍ଚି,୨୦ା୯: ପଶ୍ଚିମବଙ୍ଗ ସରକାର ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କରିଦେଇଥିବାରୁ ଝାଡ଼ଖଣ୍ଡରୁ ଯାଉଥିବା ହଜାର ହଜାର ଭାରୀଯାନ ୧୯ ନମ୍ବର ଜାତୀୟ ରାଜପଥରେ ଅଟକି ରହିଛି। ଆନ୍ତଃରାଜ୍ୟ...

ଝାଡ଼ାବାନ୍ତିରେ ୩ ମୃତ, ୩୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି 

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଝାଡ଼ାବାନ୍ତି ଜନିତ ରୋଗରେ ୩ ଜଣଙ୍କର ମୃତ୍ୟୁ...

ବଂଶଧାରା ନଦୀରେ ମିଶିଲା କାରଖାନାର ବିଷାକ୍ତ ରାସାୟନିକ ପାଣି: ଜଳ ଯୋଗାଣ ବନ୍ଦ ଲୋକେ ହନ୍ତସନ୍ତ

କାଶୀନଗର,୨୦ା୯(ଟି. କ୍ରିଷ୍ଣା ରାଓ): ଗଜପତି ଜିଲା କାଶୀନଗର ଦେଇ ପ୍ରବାହିତ ବଂଶଧାରା ନଦୀ ପାଣିରେ ବେଦାନ୍ତ କାରଖାନାର କାଷ୍ଟିକ ପୋଖରୀ ହୁଡା ଭାଙ୍ଗି କ୍ଷୟକାରୀ ବିଷାକ୍ତ...

ମୁଖ୍ୟ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି; ଘରୁ ମିଳିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍

ବାଲେଶ୍ୱର,୧୯।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ଏନ.ଭି ହରିହରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ବିପୁଳ ପରିମାଣର ଆୟାବହିର୍ଭୁତ ସମ୍ପତ୍ତି ଜବତ...

ଗ୍ରାହକ ହୋଇ କିଣିବା ବାହାନାରେ ଆସି ଗହଣା ଦୋକାନରୁ….

ବ୍ରହ୍ମପୁର,୨୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗ୍ରାହକ ହୋଇଆସି ଜଣେ ବ୍ୟକ୍ତି ଦୋକାନରୁ ସୁନା ଗହଣା ଚୋରାଇ ନେଇଛନ୍ତି। ଦୋକାନ ମାଲିକ ସତ୍ୟନାରାୟଣ ସେନାପତି ଏହି ସମ୍ପର୍କରେ ବଡ଼ବଜାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri