୫ ଦିନିଆ ରିମାଣ୍ଡରେ ଯିବେ ନକଲି ଡାକ୍ତର

ଭୁବନେଶ୍ୱର,୧୯।୨(ବ୍ୟୁରୋ): ନକଲି ଡାକ୍ତର ରମେଶ ସ୍ବାଇଁ ଶନିବାରଠାରୁ ୫ ଦିନିଆ ରିମାଣ୍ଡରେ ଯିବେ । ରିମାଣ୍ଡ ନେବାକୁ ଭୁବନେଶ୍ବର ଏସଡିଜେଏମ୍‌ କୋର୍ଟ ଅନୁମତି ଦେଇଛନ୍ତି । ମହିଳା ଥାନା ପୋଲିସ ରମେଶଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା । ରମେଶଙ୍କ ବାବଦରେ ଯେଉଁ ସବୁ ତଥ୍ୟ ମିଳିଛି ଏହାକୁ ଆଧାର କରି ପୋଲିସ ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଇ ଖୋଳତାଡ କରିବ । ରମେଶ ମୋବାଇଲରେ ସ୍ତ୍ରୀଙ୍କ ନାମ କୋଡ ଓ୍ବାର୍ଡରେ ସେଭ କରୁଥିବା ନେଇ ଏପରି କିଛି ତଥ୍ୟ ମିଳିଛି। ଏବେ ସୁଦ୍ଧା ଠକେଇର ଶିକାର ହୋଇଥିବା ଉଭୟ ପୁରୁଷ ଓ ମହିଳାଙ୍କୁ ସ୍ବତନ୍ତ୍ର ଟିମ ଯୋଗାଯୋଗ କଲାଣି । ସେପଟେ ରମେଶ ବିରୋଧରେ ରାଜ୍ୟ ବାହାରେ ମଧ୍ୟ ଠକେଇ ଅଭିଯୋଗ ରହିଛି।

Share