ପୁଣି ରିମାଣ୍ଡରେ ଯିବେ ନକଲି ଡାକ୍ତର

ଭୁବନେଶ୍ୱର,୨୫।୨(ବ୍ୟୁରୋ): ନକଲି ଡାକ୍ତର ରମେଶ ସାଇଁଙ୍କ ଗିରଫ ମାମଲା। ଆଜିଠାରୁ ପୁଣି ୩ ଦିନିଆ ରିମାଣ୍ଡରେ ଯିବେ ରମେଶ ସାଇଁ। ଭୁବନେଶର ଏସ୍‌ଡିଜେମ କୋର୍ଟ ରିମାଣ୍ଡ ମଞ୍ଜୁର କରିଛନ୍ତି। ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ମହିଳା ଥାନା ପୋଲିସ।
ସୂଚନାନୁଯାୟୀ, କମିଶନରେଟ ପୋଲିସ ପୂର୍ବରୁ ୫ ଦିନିଆ ରିମାଣ୍ଡରେ ନେଇ ଅନେକ ତଥ୍ୟ ହାସଲ କରିଛି। ଆଜି ଏ ସମ୍ପର୍କରେ ମହିଳା ପୋଲିସ କମିଶନରଙ୍କୁ ତଥ୍ୟ ପ୍ରଦାନ କରିବ। ନକଲି ଡାକ୍ତର ବିରୋଧରେ ଆଜି ପର୍ଯ୍ୟନ୍ତ ହୋଇଥିବା ଅଭିଯୋଗ ସମ୍ପର୍କରେ ପୋଲିସ କମିଶନରଙ୍କୁ ଅବଗତ କରାଇଛି ମହିଳା ପୋଲିସ।

 

Share