ଟେର ପାଇଲାନି ପୋଲିସ, ବର୍ଷେ ଧରି ଚାଲୁଥିଲା ନକଲି ମଦ କାରଖାନା

ପାଟଣା,୨୩।୧୦( ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ତୁରୁମୁଙ୍ଗା ସାହି ଭିତରେ ୧ ବର୍ଷ ଧରି ଚାଲିଥିବା ନକଲି ବିଦେଶୀ  ମଦ କାରଖାନା ଉପରେ ଚଢ଼ାଉ ହୋଇଛି। ଖବରପାଇ ସୋମବାର  ସକାଳୁ  ସମ୍ବଲପୁର ଏକ୍ସାଇଜ  ଇଣ୍ଟଲିଜେଣ୍ଟ ବ୍ୟୁରୋ ଆଇଆଇସି ଧନଞ୍ଜୟ ପାତ୍ରଙ୍କ ନେତୃତ୍ୱରେ  ଚାଢ଼ାଉ ହୋଇଛି। ଏହି ଚଢ଼ାଉରେ ପାଟଣା ଅବକାରୀ ଅଧିକାରୀ ପ୍ରିୟମ୍ବଦା ଓଝା ଓ ସଦର ଅବକାରୀ  ଅଧିକାରୀ ଗିରିଜା ନନ୍ଦନ ଜେନା  ଓ ଏନ୍‌ଫୋର୍ସମେଣ୍ଟ ଟିମ କର୍ମଚାରୀ  ମାନେ ସାମିଲ ହୋଇଥିଲେ।
ମଦ  କାରଖାନା ଚଳାଉଥିବା ବ୍ୟକ୍ତିଙ୍କୁ ଅବକାରୀ ପୋଲିସ ଗିରଫକରି କୋର୍ଟ ଚାଲାଣ କରିଛି। ସେ ହେଲେ ସୁଦର୍ଶନ ସାହୁ (୫୭)। ମଦ କାରଖାନାକୁ ପୋଲିସ ସିଜ କରିଥିବା  ଗୋଇନ୍ଦା ଆଇଆଇସି ଧନଞ୍ଜୟ ପାତ୍ର କହିଛନ୍ତି।
ଚଢ଼ାଉରେ  ୨ ଟି ସିଲିଙ୍ଗ ମେଶିନ, ନକଲି ବିଦେଶୀ ମଦ ୩୪ ଲିଟର, ୧୮ ଲିଟର ବୋତଲ ଭର୍ତ୍ତି ମଦ, ୫୭୦ ଲିଟର ସ୍ପିରିଟ, ନକଲି ୩୪ ଲିଟର  ମଦ ବୋତଲ, ୫୮ ଲିଟର  ବୋତଲ,  ଖାଲି ବୋତଲ ଆଦି ଜବତ କରିଛି। ଏନେଇ ୭୪୮/୨୩ ରେ ଏକ ମାମଲା ରୁଜୁ ହୋଇଛି। ଲକ୍ଷାଧିକ ଟଙ୍କାର ନକଲି ବିଦେଶୀ ମଦ ପ୍ରସ୍ତୁତି ସରଞ୍ଜାମ ଜବତ ହୋଇଛି।
Share