ବିବାହ ବନ୍ଧନରେ ବାନ୍ଧି ହେଲେ ‘ଦ ଫେମ ଗେମ’ର ଅଭିନେତା

ଗତ କିଛି ମାସ ବଲିଉଡ ଠାରୁ ଆରମ୍ଭ କରି ଟେଲି ଜଗତରେ ମଧ୍ୟରେ ଅନେକ ସେଲିବ୍ରିଟି ବିବାହ କରୁଛନ୍ତି। ତେବେ ଟେଲି ଜଗତର ଆଉ ଏକ ତାରକା ବିବାହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ଅଭିନେତା ହେଉଛନ୍ତି ମାଧୁରୀ ଦୀକ୍ଷିତଙ୍କ ‘ଦ ଫେମ ଗେମ’ର ଗଗନ ଆରୋରା । ଯିଏ ନିଜର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡଙ୍କ ହାତ ଧରିଛନ୍ତି । ଦୁହେଁ ପରସ୍ପରକୁ ୧୨ ବର୍ଷ ଧରି ଡେଟ କରୁଥିଲେ । ସେ ସୋସିଆଲ ମିଡିଆରେ ମୁଦିତାଙ୍କ ସହ ଅନେକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ଏବଂ ମୁଦିତା ବହୁତ ଖୁସି ଥିବାର ନଜର ଆସୁଛନ୍ତି। ଗଗନ ସୁନେଲି ରଙ୍ଗର ଶେରୱାନି ଏବଂ ଧଳା ଦୁପଟ୍ଟାରେ ନଜର ଆସିଥିବା ବେଳେ ମୁଦିତା ଏକ ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି । ବର୍ତ୍ତମାନ ମୁଦିତା ଏବଂ ଗଗନ ଆରୋରାଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

Share