‘ଦ ଫ୍ୟାମିଲି ମ୍ୟାନ-୨’ର ଟ୍ରେଲର ରିଲିଜ୍‌: ଏଥିରେ ଦେଖିବାକୁ ମିଳିବ ଏହି ଅଭିନେତାଙ୍କ ଶେଷ ଅଭିନୟ

ମୁମ୍ବାଇ: ଆମାଜନ ପ୍ରାଇମ୍‌ ଭିଡିଓର ସବୁଠାରୁ ପପୁଲାର ଓ୍ବେବ୍‌ ସିରିଜ୍‌ ‘ଦ ଫ୍ୟାମିଲି ମ୍ୟାନ-୨’ର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଟ୍ରେଲରଟି ୨ ମିନିଟ୍‌ ୪୯ ସେକେଣ୍ଡର ରହିଥିବା ବେଳେ ଏଥିରେ ବହୁ ଷ୍ଟାରରଙ୍କ ଦମ୍‌ଦାର ଅଭିନୟ ଦେଖିବାକୁ ମିଳିଛି। ଏହି ଓ୍ବେବ୍‌ ସିରିଜ୍‌ରେ ଭରପୁର ଆକ୍ସନ, ହ୍ୟୁମର ରହିଥିବା ବେଳେ ଏଥିରେ ଓ ନୂଆ ନୂଆ କାଷ୍ଟ ନଜର ଆସିବେ। ବଲିଉଡ୍‌ ଅଭିନେତା ମନୋଜ ବାଜପେୟୀଙ୍କ ଏହା ବେଶ୍‌ ପପୁଲାର ଓ୍ବେବ ସିରିଜ୍‌। ଏହା ପୂର୍ବରୁ ପ୍ରଥମ ସିରିଜ୍‌କୁ ମଧ୍ୟ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ତେବେ ଏହି ଟ୍ରେଲର ଜରିଆରେ ଏହାର ରିଲିଜ୍‌ ଡେଟ୍‌ ମଧ୍ୟ ଘୋଷଣା କରାଯାଇଛି। ଏଥିରେ ବଲିଉଡ୍‌ ଅଭିନେତା ମନୋଜ ବାଜପାୟୀ, ସାମନ୍ଥା ଅକିନେନୀ, ପ୍ରିୟାମଣୀଙ୍କ ନିପୁଣ ଅଭିନୟ ଦେଖିବାକୁ ମିଳିଛି। ଏହି ସିରିଜ୍‌ରେ ବିଶିଷ୍ଟ ଅଭିନେତା ଆସିଫ ବସରାଙ୍କ ମଧ୍ୟ ଦେଖିବାକୁ ମିଳିବ। ଏହା ତାଙ୍କର ଶେଷ ଅଭିନୟ ହୋଇଥିବା ବେଳେ ଗତ ୬ମାସ ତଳେ ସେ ଆତ୍ମହତ୍ୟା କରିଥିଲେ। ଆସିଫଙ୍କ କାର୍ଯ୍ୟ କଥା କହିବାକୁ ଗଲେ ସେ ବଲିଉଡ୍‌ରେ ଅନେକ ବଡ଼ ବଡ଼ ଫିଲ୍ମରେ କାମ କରିସାରିଛନ୍ତି। କାଇ ପୋ ଚେ, ଜବ ଓ୍ବି ମିଟ୍‌, ଓ୍ବାନ୍ସ ଅପନ୍‌ ଏ ଟାଇମ୍‌ ଇନ୍‌ ମୁମ୍ବାଇ ଭଳି ଆଦି ଫିଲ୍ମରେ ସେ ନିଜ ଅଭିନୟର ଯାଦୁ ଦେଖାଇସାରିଛନ୍ତି। ଆସିଫଙ୍କ ମୃତ୍ୟୁ ହୋଇଯାଇଛି ସତ ହେଲେ ତାଙ୍କ ଅଭିନୟ ଆଜି ବି ପ୍ରଶଂସକଙ୍କ ମନରେ ଜୀବିତ ହୋଇ ରହିଛି।

Share