କେବଳ ୨ଟି ଫିଲ୍ମରେ ଶାଳୀଙ୍କ ସହ ରୋମାଣ୍ଟିକ୍‌ ସିନ୍‌ କରିଥିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଫିଲ୍ମରେ ଅନେକ ରୋମାଣ୍ଟିକ୍‌ ସିନ୍‌ ଦେଖିବାକୁ ମିଳିଥାଏ। ସେହି ସିନ୍‌ ମଧ୍ୟରୁ କେତେଗୁଡିଏ ହଟ୍‌ ସିନ୍‌ ମଧ୍ୟ ରହିଛି। ଯାହାକୁ ନେଇ ଚର୍ଚ୍ଚା ହୋଇଥାଏ। ତେବେ ଫିଲ୍ମରେ ଅନେକ ରୋମାଣ୍ଟିକ୍‌ ସିନ୍‌ କରୁଥିଲେ ବି ବାସ୍ତବିକ ସମ୍ପର୍କକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ଅନେକ ସମୟରେ ଫିଲ୍ମରେ ରୋମାଣ୍ଟିକ୍‌ ସିନ୍‌ କରିଥିବା ଏହି ଯୋଡିଙ୍କ ସମ୍ପର୍କ ବାସ୍ତବ ଜୀବନରେ ଖୁବ୍‌ ଅଲଗା । ଜାଣନ୍ତୁ ସେ ସମ୍ପର୍କରେ…
ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ ରାଣୀ ମୁଖାର୍ଜୀ କେବଳ ଦୁଇଟି ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ ବି ଏହି ଯୋଡ଼ିକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ରାଣୀ ଏବଂ କାଜଲ ସମ୍ପର୍କୀୟ ଭଉଣୀ। ଏହି ଦୃଷ୍ଟିରୁ ଅଜୟ ଓ ରାଣୀ ଶାଳୀ- ଭିଣୋଇ । ଅଜୟ ଏବଂ ରାଣୀ ‘ଏଲ୍‌ଓସି କାର୍ଗିଲ’ ଏବଂ ‘ଚୋରୀ ଚୋରୀ’ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ । ଏଥିରେ ତାଙ୍କ ଯୋଡିକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ।

Share