ବଲିଉଡ ଅଭିନେତା ଶତ୍ରୁଘ୍ନ ସିହ୍ନା ଚଳଚ୍ଚିତ୍ର ଜଗତରେ ଏପରି ଏକ ନାମ, ଯାହାଙ୍କୁ ଉଭୟ ଭିଲେନ ଏବଂ ହିରୋ ଭୂମିକାରେ ଦର୍ଶକ ବହୁତ ପସନ୍ଦ କରନ୍ତି। ତାଙ୍କୁ ବଲିଉଡର ଶଟଗନ ଆଖ୍ୟା ମଧ୍ୟ ଦିଆଯାଇଥିଲା। ୯ ଡିସେମ୍ବର ୧୯୪୫ରେ ପାଟନାର କଦମକୁଆଁରେ ଜନ୍ମଗ୍ରହଣ କରିଥିବା ଶତ୍ରୁଘ୍ନ ରାଜନୀତି ଏବଂ ଚଳଚ୍ଚିତ୍ରରେ ଏକ ସଫଳ ଇନିଂସ ଖେଳିଛନ୍ତି। ଶତ୍ରୁଘ୍ନ ସିହ୍ନା ଅଭିନେତ୍ରୀ ତଥ ପୂର୍ବତନ ମିସ ୟଙ୍ଗ ଇଣ୍ଡିଆ ପୁନମଙ୍କୁ ଜୁଲାଇ ୯, ୧୯୮୦ ରେ ବିବାହ କରିଥିଲେ।
ପ୍ରଥମ ଦେଖାରେ ଶତ୍ରୁଘ୍ନ ପୁନମଙ୍କ ପ୍ରେମରେ ପଡିଥିଲେ କିନ୍ତୁ ସେହି ସମୟରେ ସେ ରୀନା ରାୟଙ୍କୁ ଡେଟ କରୁଥିଲେ। ଉଭୟ ପ୍ରଥମେ ପାଟନାରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଏକ ଟ୍ରେନରେ ସାକ୍ଷାତ ହୋଇଥିଲେ। ‘ପାକିଜା’ ଫିଲ୍ମର ସଂଳାପ ‘ଆପ୍ନେ ପାଓଁ ଜମିନ୍ ପର ମତ୍ ରଖିଏଗା…’ ର ସଂଳାପ ଲେଖି ଚଳନ୍ତା ଟ୍ରେନରେ ପୁନମଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଏହାପରେ ଉଭୟଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରେ ଦୁହେଁ ବିବାହ କରିଥିଲେ।