ନିଶାରେ ରାତି ସାରା ଫିଲ୍ମ ନିର୍ମାତାଙ୍କୁ ବାରମ୍ବାର ଫୋନ୍‌ କରୁଥିଲେ ଏହି ପ୍ରସିଦ୍ଧ ଅଭିନେତା

ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ‘ହି ମ୍ୟାନ’ ଭାବରେ ଜଣାଶୁଣା ଧର୍ମେନ୍ଦ୍ର ଅଭିନୟ ଜଗତରେ ଚମତ୍କାର ଇନିଂସ ଖେଳିବା ପରେ ରାଜନୀତିରେ ପ୍ରବେଶ କରିଥିଲେ। ଧର୍ମେନ୍ଦ୍ର ତାଙ୍କ ଚଳଚ୍ଚିତ୍ର ଜୀବନରେ ପ୍ରାୟ ୧୦୦ ସଫଳ ଚଳଚ୍ଚିତ୍ରରେ ମୁଖ୍ୟ ଅଭିନେତା ଭାବରେ କାର୍ଯ୍ୟ କରିଛନ୍ତି। କିନ୍ତୁ ଏକ ଚଳଚ୍ଚିତ୍ର ଥିଲା ଯେଉଁଥିରେ ଧର୍ମେନ୍ଦ୍ର କାମ କରି ନ ଥିବାରୁ ଏବେ ମଧ୍ୟ ଅନୁତାପ କରନ୍ତି। ସେହି ଚଳଚ୍ଚିତ୍ରଟି ହେଉଛି ରାଜେଶ ଖାନ୍ନା ଏବଂ ଅମିତାଭ ବଚ୍ଚନଙ୍କ ଅଭିନୀତ ‘ଆନନ୍ଦ’। ରୁଷିକେଶ ମୁଖାର୍ଜୀଙ୍କ ପ୍ରସିଦ୍ଧ ଚଳଚ୍ଚିତ୍ର ‘ଆନନ୍ଦ’ର ସଂଳାପ ଏବଂ ଗୀତଗୁଡ଼ିକ ଏବେ ମଧ୍ୟ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ଏହି ସିନେମାରେ ଅମିତାଭ ବଚ୍ଚନ ଏବଂ ରାଜେଶ ଖାନ୍ନାଙ୍କ ଚମତ୍କାର ଅଭିନୟ କରିଥିଲେ। ୧୨ ମାର୍ଚ୍ଚ ୧୯୭୧ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ସଂଳାପ, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ସହାୟକ ଅଭିନେତା, ଶ୍ରେଷ୍ଠ ସମ୍ପାଦନା, ସର୍ବୋତ୍ତମ କାହାଣୀ, ଶ୍ରେଷ୍ଠ ଫିଚର ଚଳଚ୍ଚିତ୍ର ପାଇଁ ଫିଲ୍ମଫେୟାର ପୁରସ୍କାର ଲାଭ କରିଥିଲା। ଚଳଚ୍ଚିତ୍ର ନିର୍ମାଣ ବିଷୟରେ ଏକ କାହାଣୀ ଅଛି। ଏହି ଚଳଚ୍ଚିତ୍ର ନିର୍ମାଣ ସମୟରେ ଧର୍ମେନ୍ଦ୍ର ଜାଣିବାକୁ ପାଇଲେ ଯେ ରୁଷିକେଶ ଏଥିପାଇଁ ରାଜେଶ ଖାନ୍ନାଙ୍କୁ ନେଉଛନ୍ତି, ସେତେବେଳେ ସେ ରାଗି ଯାଇଥିଲେ।
‘ଦି କପିଲ ଶର୍ମା ସୋ’ରେ ପହଞ୍ଚିଥିବା ଧର୍ମେନ୍ଦ୍ର ଏହି ଚଳଚ୍ଚିତ୍ର ନିର୍ମାଣର କାହାଣୀ କହିଥିଲେ। ମୋତେ ଫିଲ୍ମରେ ନେଇ ନ ଥିବାରୁ ସେ ଫିଲ୍ମ ନିର୍ଦ୍ଦେଶକ ରୁଷିକେଶ ମୁଖାର୍ଜୀଙ୍କ ଉପରେ ରାଗିଥିଲେ। ଧର୍ମେନ୍ଦ୍ର କହିଥିଲେ ରୁଷିକେଶ ମୋତେ ‘ଆନନ୍ଦ’ର କାହାଣୀ କହିଥିଲେ। ମୋତେ ଏହି ଚଳଚ୍ଚିତ୍ରରେ କାଷ୍ଟ କରିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ପରେ ଏହା ଜାଣିବାକୁ ପାଇଲି ଯେ ସେ ରାଜେଶ ଖାନ୍ନାଙ୍କ ସହ ଏକ ଫିଲ୍ମ କରୁଛନ୍ତି। ଯେତେବେଳେ ମୁଁ ଜାଣିବାକୁ ପାଇଲି ଯେ ମୁଖ୍ୟ ଅଭିନେତା ରାଜେଶ ଖାନ୍ନାଙ୍କୁ ନିଆଯାଇଛି, ମୁଁ ଗୋଟିଏ ରାତିରେ ମଦ୍ୟପାନ କରି ରୁଷି ଦା’ଙ୍କୁ ଫୋନ୍‌ କଲି। ମୋତେ ଏହି ଫିଲ୍ମ କାହାଣୀ ଶୁଣାଇଲ ତେବେ କାହିଁକି ତାଙ୍କୁ ଏହି ଫିଲ୍ମରେ ନେଲ ବୋଲି ପଚାରିଥିଲି? ମୋ କଥା ଶୁଣିବା ପରେ ସେ କହିଥିଲେ – ଧର୍ମେନ୍ଦ୍ର ଶୋଇପଡ, ଆମେ ସକାଳେ କଥା ହେବା। ସେ ଫୋନ କାଟିଦେଇଥିଲେ ଏବଂ ମୁଁ ବାରମ୍ବାର ଫୋନ କରୁଥିଲି ବୋଲି ଧର୍ମେନ୍ଦ୍ର କହିଥିଲେ। ଜୀବନ ଏବଂ ବନ୍ଧୁତ୍ୱର ଅନିଶ୍ଚିତତା ଉପରେ ନିର୍ମିତ ଏହି ଚଳଚ୍ଚିତ୍ରର ସଫଳତା ଇତିହାସ ସୃଷ୍ଟି କଲା। ଏହି ଚଳଚ୍ଚିତ୍ର ପରେ ଅମିତାଭ ବଚ୍ଚନଙ୍କ ଅଭିନୟ ଏକ ନୂଆ ଦିଗ ପାଇଲା।

 


Enter your email to get our daily news in your inbox.

All Right Reserved By Dharitri.Com

୬ ବର୍ଷ ପରେ ପୁଣି ଜାହ୍ନବୀ, ଇଶାନଙ୍କ ଯୋଡ଼ି

ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର ଓ ଅଭିନେତା ଇଶାନ ଖଟ୍ଟର ଶେଷ ଥର ପାଇଁ ୨୦୧୮ରେ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ‘ଧଡକ୍‌’ ଫିଲ୍ମରେ ନଜରକୁ ଆସିଥିଲେ।...

ସିନେ ଜଗତର ପ୍ରଥମ ଅଭିନେତା ଭାବେ ଚିରଞ୍ଜୀବୀଙ୍କୁ ଗିନିଜ ୱାଲର୍‌ଡ ରେକର୍ଡ

ହାଇଦ୍ରାବାଦ,୨୨।୯: ତେଲୁଗୁ ଫିଲ୍ମ ଜଗତରେ ମେଗାଷ୍ଟାର ଭାବେ ଚିରଞ୍ଜୀବୀ ପରିଚିତ। ସିନେ ଜଗତର ପ୍ରଥମ ଅଭିନେତା ଭାବେ ସେ ନିଜର ନୃତ୍ୟ ଦକ୍ଷତା ପାଇଁ ଗିନିଜ...

ଏଥର ଦୁର୍ଗା ପୂଜାରେ ଦୁର୍ଗା

ଏଥର ଦୁର୍ଗା ପୂଜା ଅବସରରେ ରିଲିଜ ହେବାକୁ ଯାଉଥିବା ଫିଲ୍ମଗୁଡିକ ମଧ୍ୟରେ ରହିଛି ‘ଦୁର୍ଗା’। ଏକ ନାରୀକୈନ୍ଦ୍ରିକ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ପ୍ରଯୋଜକ...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ...

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri