୪୮ ବର୍ଷରେ ପାଦ ଥାପିଲେ ଏହି ପ୍ରସିଦ୍ଧ ଅଭିନେତା

ମୁମ୍ବାଇ,୨୬।୧୧-ବଲିଉଡ ଅଭିନେତା ଅର୍ଜୁନ ରାମପାଲ ଗୁରୁବାର ୪୮ ବର୍ଷ ବୟସରେ ପାଦ ଥାପିଛନ୍ତି। ଏ ନେଇ ତାଙ୍କ ବାନ୍ଧବୀ ଗ୍ରାବିଏଲା ଡେମେଟ୍ରିଏଡସ୍‌ ଗୁରୁବାର ସୂଚନା ଦେଇଛନ୍ତି। ନିଜ ଇନ୍‌ଷ୍ଟାଗ୍ରାମରେ ଗ୍ରାବିଏଲା ଅର୍ଜୁନଙ୍କ ଏକ ଫଟୋ ଶେୟାର କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, “ମୋର ପ୍ରିୟଙ୍କୁ ଜନ୍ମଦିନର ଶୁଭେଚ୍ଛା। ତୁମେ ଏତେ ପ୍ରିୟ, ଏବଂ ଏତେ ଶକ୍ତିଶାଳୀ। ଏଠାରେ ମୋର ରହସ୍ୟ ଅଛି, ଏହା ବହୁତ ସରଳ। ଯାହା ଜରୁରୀ ତାହା ଆଖି ପାଇଁ ଅଦୃଶ୍ୟ ଅଟେ। ଅର୍ଜୁନଙ୍କ ପ୍ରଶଂସକମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

Share