ରାସ୍ତା କଡ଼ରେ ଛୋଲେ-କୁଲ୍‌ଚା ବିକିଲେ ଏହି ପ୍ରସିଦ୍ଧ ଅଭିନେତା

ଛୋଟ ପରଦା ହେଉ ଅବା ବଡ ପରଦା ଜବରଦସ୍ତ ଅଭିନୟରେ ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ପ୍ରସିଦ୍ଧ ହାସ୍ୟ ଅଭିନେତା ସୁନୀଲ ଗ୍ରୋଭରଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ଛୋଲେ ଏବଂ କୁଲ୍‌ଚା ବିକୁଥିବା ନଜର ଆସିଛନ୍ତି। ଭାଲେଣ୍ଟାଇନ୍ସ ଡେ ଅବସରରେ ସୁନୀଲ ଗ୍ରୋଭର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଥିଲେ। ଏହି ଭିଡିଓ ଶେୟାର କରି ସୁନୀଲ ପୋଷ୍ଟରେ ଲେଖିଛନ୍ତି, ‘ଦୟାକରି ଭାଲେଣ୍ଟାଇନ୍ସ ଡେ’ରେ ତୁମର ପ୍ରେମୀଙ୍କୁ ଛୋଲେ-କୁଲଚେ ଖାଇବାକୁ ଦିଅ। ୨ ଘଣ୍ଟା ପୂର୍ବରୁ ଶେୟାର ହୋଇଥିବା ଏହି ଭିଡିଓକୁ ଏବେ ସୁଦ୍ଧା ୪ ଲକ୍ଷରୁ ଅଧିକ ଲୋକ ଇନଷ୍ଟାଗ୍ରାମରେ ଦେଖିଛନ୍ତି। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ସୁନୀଲ ଗ୍ରୋଭରଙ୍କୁ ପ୍ରଶଂସା କରୁଛନ୍ତ। କେବଳ ଏତିକି ନୁହେଁ, ସୁନୀଲଙ୍କ ଏହି ଭିଡିଓ ଦେଖି ଲୋକମାନେ ବିସ୍ମିତ ହୋଇପଡିଛନ୍ତି। ଆଜିକାଲି ସୁନୀଲ ଗ୍ରୋଭର ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ୱେବ ସିରିଜ୍‌ ‘ତାଣ୍ଡବ’ରେ ନଜର ଆସିଛନ୍ତି। ଏହି ସିରିଜ୍‌ରେ ସୁନୀଲ ପ୍ରଥମ ଥର ପାଇଁ କମେଡି ଧାରାଠାରୁ ଦୂରେଇ ଏକ ଗମ୍ଭୀର ଭୂମିକାରେ ନଜର ଆସିଛନ୍ତି।

Share