ଖୁବ୍‌ଶୀଘ୍ର ବିବାହ କରିବେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଅଭିନେତା ବରୁଣ ଧାଓ୍ବନ୍‌ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସେ ଦୀର୍ଘଦିନର ପ୍ରେମିକା ନତାଶା ଦଲାଲଙ୍କୁ ନିଜ ଜୀବନ ସାଥଈ କରିବେ ବୋଲି ଜଣାପଡିଛି। ଏପର୍ଯ୍ୟନ୍ତ ତାରିଖ ଘୋଷଣା କରାଯା ନ ଥିଲେ ମଧ୍ୟ ଉଭୟଙ୍କ ବିବାହ ଚଳିତ ମାସରେ ଅନୁଷ୍ଠିତ ହେବ। ପୂର୍ବରୁ ଉଭୟ ଲିଭ୍‌ ଇନ୍‌ ରିଲେସନଶିପ୍‌ରେ ରହୁଛନ୍ତି। କିନ୍ତୁ ବରୁଣଙ୍କ ପରିବାର ବିବାହ ନେଇ ତାଙ୍କ ଉପରେ ଚାପ ପକାଉଥିବା ନିଜଟରେ ଏକ ସାକ୍ଷତକାରରେ ସେ କହିଥିଲେ। ଉଭୟ ମୁମ୍ବାଇର ଆଲିବାଗ୍‌ରେ ବିବାହ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବରୁଣ ଏବଂ ନତାଶା ପିଲାଦିନର ବନ୍ଧୁ। ସ୍କୁଲବେଳେ ଉଭୟ ପ୍ରେମରେ ପଡିଥିଲେ। ଦୁହଁିଙ୍କୁ ଅନେକ ପାର୍ଟିରେ ଏକାଠି ମଧ୍ୟ ଦେଖିବାକୁ ମିଳେ।

Share