ନିଜକୁ ଘୃଣା କରୁଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ଅନେକ ସ୍ମରଣୀୟ ଚରିତ୍ରରେ ଅଭିନୟ କରିଛନ୍ତି। ସେଥିମଧ୍ୟରୁ ‘ଦ ଡର୍ଟି ପିକ୍ଚର୍ସ’ରେ ସିଲ୍କ ସ୍ମିତାଙ୍କ ଚରିତ୍ର ଅନ୍ୟତମ। ଏହି ଫିଲ୍ମ ପାଇଁ ବିଦ୍ୟା ବାଲାନ ବହୁତ ଓଜନ ବଢାଇଥିଲେ। ଏହାପରେ ତାଙ୍କ ଓଜନକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ଅନେକ ଥର ବିଦ୍ୟା ବାଲାନ ମଧ୍ୟ ତାଙ୍କ ଓଜନ ବୃଦ୍ଧି ହେତୁ ଟ୍ରୋଲ ହୋଇଥିଲେ। ବିଦ୍ୟା ବାଲାନ ଓଜନ ବଢିବାକୁ ନେଇ କହିଛନ୍ତି ଯେ ଏପରି ଏକ ସମୟ ଥିଲା ଯେତେବେଳେ ସେ ନିଜ ଶରୀରକୁ ଘୃଣା କରିବା ଆରମ୍ଭ କରିଥିଲେ, କାରଣ ସେ ଏହାକୁ ଗ୍ରହଣ କରିପାରି ନ ଥିଲେ।ତାଙ୍କ ବର୍ଦ୍ଧିତ ଓଜନ ଏକ ଜାତୀୟ ପ୍ରସଙ୍ଗରେ ପରିଣତ ହୋଇଥିଲା। ଯାହା ପରେ, ଧୀରେ ଧୀରେ ସେ ଏହି ସମସ୍ୟାକୁ ଦୂର କରିବାରେ ସକ୍ଷମ ହୋଇଥିଲେ। ଲୋକମାନେ ଆମ ଶରୀରକୁ ନେଇ କ’ଣ କୁହନ୍ତି ସେନେଇ ମୁଁ ଧ୍ୟାନ ଦିଏ ନାହିଁ। କିନ୍ତୁ ବେଳେବେଳେ ମନକୁ ଏହା ଆଘାତ ଦିଏ।
ମୁଁ ଏକ ଚଳଚ୍ଚିତ୍ର ନ ଥିବା ପରିବାରରୁ ଆସିଛି। ମୋର ସବୁବେଳେ ହରମୋନାଲ ସମସ୍ୟା ରହିଆସିଛି । ଏହି କାରଣରୁ ଆରମ୍ଭରୁ ମୁଁ ମୋଟା ଝିଅ ଥିଲି। ବହୁତ ଦିନ ଧରି ମୋ ଶରୀରକୁ ଘୃଣା କରୁଥିଲି। ମୁଁ ଅନୁଭବ କଲି ଯେ ମୋର ଶରୀର ମୋତେ ପ୍ରତାରଣା କରିଛି। କିନ୍ତୁ, ପରେ ମୁଁ ମୋର ଶରୀର ସହ ନିଜକୁ ଖାପଖୁଆଇ ପାରିଲି ବୋଲି ସେ କହିଛନ୍ତି।

Share