ବସ୍‌ ଚଲାଇଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ର ସୁପର୍‌ହିଟ୍‌ ଚଳଚ୍ଚିତ୍ର ‘ବାହୁବଳୀ’ର ଅବନ୍ତିକା ଅର୍ଥାତ୍‌ ତମନ୍ନା ଭାଟିଆ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ତମନ୍ନା ତାଙ୍କ ଦୈନନ୍ଦିନ ଜୀବନ ସହ ଜଡିତ ବିଶେକ କଥା ତାଙ୍କ ପ୍ରଶଂସକଙ୍କ ସହ ବାଣ୍ଟିବାରେ ଲାଗିଛନ୍ତ। ନିକଟରେ ସେ ନିଜେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ତମନ୍ନା ରାସ୍ତାରେ ବସ୍‌ ଚଲାଉଥିବା ଦେଖାଯାଉଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ତମନ୍ନା ମାସ୍କ ପିନ୍ଧିଥିବାର ନଜର ଆସିଛନ୍ତି। ତେବେ ସେ ତାଙ୍କ ଆଗାମୀ ଫିଲ୍ମ ପାଇଁ ବସ ଚଳାଇବା ଶିଖୁଛନ୍ତି। ଭିଡିଓରେ ତମନ୍ନା ଖାଲଠିପ ରାସ୍ତାରେ ବସ ଚଳାଉଥିବାର ନଜର ଆସିଛନ୍ତି। ତମନ୍ନାଙ୍କ ଏହି ଭିଡିଓ ଦେଖି ତାଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କୁ ପ୍ରଶଂସା ନ କରି ରହିପାରିନାହାନ୍ତି। ତମନ୍ନାଙ୍କ ଏହି ଭିଡିଓ ତାଙ୍କ ସୁଟିଂ ସେଟ୍‌ରୁ ଆସିଛି ।

Share