ଆମେରିକାର କାଲିଫର୍ଣ୍ଣିଆର ଲସ୍ ଏଞ୍ଜେଲସରେ ପୁଣି ୩ ସପ୍ତାହ ଧରି ଲକ ଡାଉନ ଘୋଷଣା କରାଯାଇଛି। ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ପୁଣି ଫେରିଛି ଲକଡାଉନ। ଏହି ସମୟରେ ସେଠାରେ ରହୁଥିବା ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ନିଜ ବଗିଚାରେ ଲେମ୍ବୁ ଚାଷ ଆରମ୍ଭ କରିଛନ୍ତି। ଏ ନେଇ ପ୍ରୀତି ଏକ ଭିଡିଓ ଟୁଇଟ କରି ସୂଚନା ଦେଇଛନ୍ତି। ଭିଡିଓରେ, ପ୍ରୀତି ଲେମ୍ବୁ ଗଛ ନିକଟରେ ବସିଥିବା ନଜର ଆସିଛନ୍ତି।
ଏହାପୂର୍ବରୁ ବଗିଚାରେ କାମ କରୁଥିବାର ଅନେକ ଭିଡିଓ ପ୍ରୀତି ସୋସିଆଲ ମିଡିଆରେ ଶେୟାର କରି ସାରିଛନ୍ତି। ତାଙ୍କର ଏହି ଭିଡିଓକୁ ଅନେକ ଲୋକ ଲାଇକ କରିଥିବାବେଳେ ଅନେକ ଭିନ୍ନମତ ଦେଇଛନ୍ତି।
Back to my घर की खेती ❤️ Now that LA is in a 3 week lockdown I’m loving getting back to gardening & being one with nature. It’s my way of staying positive, appreciating the simpler things in life & connecting with the earth. pic.twitter.com/uIq8mejyyS
— Preity G Zinta (@realpreityzinta) December 4, 2020