Advertisement

୮ ବର୍ଷ ପରେ ପଡିଆକୁ ଓହ୍ଲାଇଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଥିରୁଭାନନ୍ତପୁରମ୍‌,୧।୧: ପ୍ରାୟ ୮ ବର୍ଷର ଦୀର୍ଘ ବ୍ୟବଧାନ ପରେ ଭାରତୀୟ କ୍ରିକେଟର୍‌ ଏସ୍‌ ଶ୍ରୀସନ୍ତ ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ଘରୋଇ ସିରିଜ ସୟଦ ମୁସ୍ତାକ ଅଲି ଟ୍ରଫି ପାଇଁ ଦ୍ରୁତ ବୋଲର ଶ୍ରୀସନ୍ତଙ୍କୁ କେରଳ ଦଳରେ ମନୋନୀତ କରାଯାଇଛି। ସେ ଆଗାମୀ ଟି -୨୦ ଟୁର୍ନାମେଣ୍ଟରେ କେରଳ ପାଇଁ ପେସ୍‌ ଆକ୍ରମଣର ନେତୃତ୍ୱ ନେବେ। ଘରୋଇ କ୍ରିକେଟ କାର୍ଯ୍ୟସୂଚୀ ପୂର୍ବରୁ ଶ୍ରୀସନ୍ଥ ୱାର୍ମ ଅପ ମ୍ୟାଚରେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ, ଏକ ଅଭ୍ୟାସ ମ୍ୟାଚରେ ଶ୍ରୀସନ୍ତଙ୍କ ପୁରୁଣା ଆକ୍ରମଣାତ୍ମକ ଫର୍ମ ମଧ୍ୟ ଦେଖିବାକୁ ମିଳିଥିଲା। ପଡ଼ିଆରେ ସବୁଠାରୁ ଆକ୍ରମଣାତ୍ମକ ରହୁଥିବା ଶ୍ରୀସନ୍ତ ମଧ୍ୟ ୱାର୍ମ ଅପ ମ୍ୟାଚ ସମୟରେ ବ୍ୟାଟ୍ସମ୍ୟାନଙ୍କୁ ସ୍ଲେଜିଂ କରିଥିଲେ। ତାଙ୍କର ସ୍ଲେଜିଂ ଏବଂ ଆକ୍ରମଣାତ୍ମକ ଫର୍ମର ଭିଡିଓ ସୋସିଆଲ ମିଡିଆରେ ଭୟଙ୍କର ଭାଇରାଲ ହେବାରେ ଲାଗିଛି। ଏହି ୩୭ ବର୍ଷୀୟ କ୍ରିକେଟର ମ୍ୟାଚ୍‌ ଫିକ୍ସିଂ ଯୋଗୁ ବିସିଆଇ ତାଙ୍କୁ କ୍ରିକେଟରୁ ବାସନ୍ଦ କରିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share