Posted inଖେଳ

ସେହ୍ବାଗଙ୍କ ଉପରେ ଭରସା କରୁ ନ ଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଖେଳାଳି ବୀରେନ୍ଦ୍ର ସେହ୍ବାଗ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ଥିଲେ। ଦିନିକିଆ କ୍ରିକେଟ ହେଉ କିମ୍ବା ଟେଷ୍ଟ କ୍ରିକେଟ, ସେହ୍ବାଗ ଜାଣିଥିଲେ କିପରି ଗୋଟିଏ ଉପାୟରେ ରନ ସ୍କୋର କରିବେ। ତାହାଙ୍କ ଲକ୍ଷ୍ୟ ଥିଲା ବିପକ୍ଷ ବୋଲରଙ୍କ ଉପରେ ଆକ୍ରମଣ। ସେହ୍ବାଗ ତାଙ୍କ ଟେଷ୍ଟ କ୍ୟାରିୟରରେ ୨ଟି ତ୍ରିଶତକ ହାସଲ କରିଥିଲେ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ରାହୁଲ ଦ୍ରାବିଡ ସେହ୍ବାଗଙ୍କ ବ୍ୟାଟିଂ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରୁ ନ ଥିଲେ। ସେହ୍ବାଗ ପ୍ରଶଂସକଙ୍କ ସହ ତାଙ୍କର ପ୍ରଥମ ଇଂଲଣ୍ଡ ଗସ୍ତରୁ ଏକ କାହାଣୀ ଶେୟାର କରିଥିଲେ, ଯେଉଁଥିରେ ସେ ରାହୁଲ ଦ୍ରାବିଡଙ୍କ ବିଷୟରେ କହିଥିଲେ।
ସେହ୍ବାଗ କହିଛନ୍ତି, ମୁଁ ଇଂଲଣ୍ଡ ଗସ୍ତରେ ଟେଷ୍ଟ ଓପନର୍‌ ଭାବେ ଡେବ୍ୟୁ କରିଥିଲି। କ୍ୟାପଟେନ ସୌରଭ ଗାଙ୍ଗୁଲି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମ୍ୟାଚ ଆରମ୍ଭ ହେବାର ୨୦ ମିନିଟ ପୂର୍ବରୁ ଏବଂ ମୁଁ ରାହୁଲ ଦ୍ରାବିଡଙ୍କୁ ମୋ ଆଗରେ ବ୍ୟାଟିଂ ପ୍ୟାଡ ପିନ୍ଧିଥିବାର ଦେଖିଲି । ମୁଁ କହିଲି- ରାହୁଲ ଭାଇ, ଖେଳ ଆରମ୍ଭ ହେବାର ୨୦ ମିନିଟ ପୂର୍ବରୁ, ଆପଣ କାହିଁକି ପ୍ୟାଡ ପିନ୍ଧୁଛନ୍ତି। ଏହା ଉପରେ ରାହୁଲ ଦ୍ରାବିଡ କହିଥିଲେ ଯେ, ତୁମେ ଜଣେ ଓପନର୍‌ ଭାବରେ ଯାଉଛ, ମୁଁ ଜାଣେ ନାହିଁ ତୁମେ ମୋତେ ପ୍ୟାଡ ପିନ୍ଧିବାକୁ କେତେ ସମୟ ଦେବ। ସେହ୍ବାଗ ଆହୁରି କହିଛନ୍ତି, ୍‌ରାହୁଲ ଦ୍ରାବିଡ ମୋ ଉପରେ ବିଶ୍ୱାସ କରି ନ ଥିଲେ ଯେ ମୁଁ ରନ ସ୍କୋର କରିପାରିବି। ମୁଁ ଆଶ୍ଚର୍ଯ୍ୟ ହେଇଗଲି ଯେ ମୋର ନିଜ ଦଳର ଖେଳାଳି ମୋତେ ବିଶ୍ୱାସ କରୁନାହାଁନ୍ତି। ଦ୍ରାବିଡ଼ ମୋତେ ବିଶ୍ୱାସ କରିବାକୁ ସମୟ ଲାଗିଲା। ଯେତେବେଳେ ମୁଁ ପ୍ରଥମ ଇନିଂସରେ ୮୪ ସ୍କୋର କରିଥିଲି, ତା’ପରେ ଏକ ଶତକ ହାସଲ କରିଥିଲି। ଏହା ପରେ ସେ ମୋତେ ବିଶ୍ୱାସ କଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତକୁ ଦି’ ହାତ ହେଲେ ପିଭି ସିନ୍ଧୁ

ଭାରତର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରାଜସ୍ଥାନର ଉଦୟପୁରରେ ଧୂମଧାମରେ ସେ ବ୍ୟବସାୟୀ ଭେଙ୍କଟ ଦତ୍ତା ସାଇଙ୍କ ହାତ ଧରିଛନ୍ତି।...

ବଡ଼ ରେକର୍ଡ କଲେ ପାଣ୍ଡ୍ୟା: ବିସ୍ଫୋରକ ଇନିଂସ ଖେଳି…

ନୂଆଦିଲ୍ଲୀ,୨୩।୧୨: ବିଜୟ ହଜାରେ ଟ୍ରଫି ୨୦୨୪ରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ପ୍ରଥମେ ବ୍ୟାଟିଂ କରି ବରୋଦା ୪୦୦ ରନ ମାର୍କ ଅତିକ୍ରମ କରିଛନ୍ତି। ଏହି ସମୟରେ...

ଭାରତକୁ ମିଳିଗଲା ଲେଡି ଜାହିର ଖାନ୍‌! କୁନି ଝିଅଙ୍କ ଦିଓ୍ବାନା ହେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୨୩।୧୨: ମହାନ କ୍ରିକେଟର ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଏକ ଛୋଟ ଝିଅ ବୋଲିଂ କରୁଥିବା ଦେଖାଯାଉଛି,...

ମ୍ୟାଚ୍‌ ଚାଲିଥିବାବେଳେ ପଡିଆରେ ମହିଳା ଜନ୍ମଦେଲେ ପୁଅ….ସ୍ମୃତିରେ ରହିଗଲା ପାକିସ୍ତାନ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌

ଜୋହାନ୍ସବର୍ଗ,୨୩।୧୨: ଜୋହାନ୍ସବର୍ଗର ୱାଣ୍ଡର୍ସ ଷ୍ଟାଡିୟମରେ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ କ୍ରିକେଟ ବାହାରେ ଏକ ନିଆରା ଅନୁଭୂତି ଥିଲା।...

କୋହଲିଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ: ମାତ୍ର ୧୩୪ ରନ୍‌ କଲେ ଭାଙ୍ଗିବେ ମହାରେକର୍ଡ

ନୂଆଦିଲ୍ଲୀ,୨୩।୧୨: ବିରାଟ କୋହଲି ବର୍ତ୍ତମାନର ଅଷ୍ଟ୍ରେଲିଆ ଗସ୍ତ ଏକ ଶତକରୁ ଆରମ୍ଭ କରିଥିଲେ। କିନ୍ତୁ ପରବର୍ତ୍ତୀ ଦୁଇଟି ଟେଷ୍ଟ ମ୍ୟାଚରେ ତାଙ୍କ ବ୍ୟାଟ ଚୁପ ରହିଥିଲା।...

ଇତିହାସ ରଚିଲା ପାକିସ୍ତାନ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୨୩।୧୨:ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ସିରିଜର ତୃତୀୟ ତଥା ଶେଷ ମ୍ୟାଚରେ ଡକ୍‌ୱର୍ଥ-ଲୁଇସ୍‌ ନିୟମ ଅଧୀନରେ ପାକିସ୍ତାନ...

ଭାରତ ଗସ୍ତ ପାଇଁ ଇଂଲଣ୍ଡ ଦଳ ଘୋଷଣା

ଲଣ୍ଡନ,୨୨।୧୨: ଜାନୁଆରୀ ୨୨ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ଏବଂ ଦିନିକିଆ ସିରିଜ ଖେଳାଯିବ। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ଏଥିପାଇଁ ଦଳ...

ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା

ସିଡନୀ,୨୨।୧୨: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି। ରବିବାର ଅଭ୍ୟାସ ସମୟରେ ରୋହିତଙ୍କ ଆଣ୍ଠୁରେ ଆଘାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri