ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଖେଳାଳି ବୀରେନ୍ଦ୍ର ସେହ୍ବାଗ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ଥିଲେ। ଦିନିକିଆ କ୍ରିକେଟ ହେଉ କିମ୍ବା ଟେଷ୍ଟ କ୍ରିକେଟ, ସେହ୍ବାଗ ଜାଣିଥିଲେ କିପରି ଗୋଟିଏ ଉପାୟରେ ରନ ସ୍କୋର କରିବେ। ତାହାଙ୍କ ଲକ୍ଷ୍ୟ ଥିଲା ବିପକ୍ଷ ବୋଲରଙ୍କ ଉପରେ ଆକ୍ରମଣ। ସେହ୍ବାଗ ତାଙ୍କ ଟେଷ୍ଟ କ୍ୟାରିୟରରେ ୨ଟି ତ୍ରିଶତକ ହାସଲ କରିଥିଲେ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ରାହୁଲ ଦ୍ରାବିଡ ସେହ୍ବାଗଙ୍କ ବ୍ୟାଟିଂ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରୁ ନ ଥିଲେ। ସେହ୍ବାଗ ପ୍ରଶଂସକଙ୍କ ସହ ତାଙ୍କର ପ୍ରଥମ ଇଂଲଣ୍ଡ ଗସ୍ତରୁ ଏକ କାହାଣୀ ଶେୟାର କରିଥିଲେ, ଯେଉଁଥିରେ ସେ ରାହୁଲ ଦ୍ରାବିଡଙ୍କ ବିଷୟରେ କହିଥିଲେ।
ସେହ୍ବାଗ କହିଛନ୍ତି, ମୁଁ ଇଂଲଣ୍ଡ ଗସ୍ତରେ ଟେଷ୍ଟ ଓପନର୍ ଭାବେ ଡେବ୍ୟୁ କରିଥିଲି। କ୍ୟାପଟେନ ସୌରଭ ଗାଙ୍ଗୁଲି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମ୍ୟାଚ ଆରମ୍ଭ ହେବାର ୨୦ ମିନିଟ ପୂର୍ବରୁ ଏବଂ ମୁଁ ରାହୁଲ ଦ୍ରାବିଡଙ୍କୁ ମୋ ଆଗରେ ବ୍ୟାଟିଂ ପ୍ୟାଡ ପିନ୍ଧିଥିବାର ଦେଖିଲି । ମୁଁ କହିଲି- ରାହୁଲ ଭାଇ, ଖେଳ ଆରମ୍ଭ ହେବାର ୨୦ ମିନିଟ ପୂର୍ବରୁ, ଆପଣ କାହିଁକି ପ୍ୟାଡ ପିନ୍ଧୁଛନ୍ତି। ଏହା ଉପରେ ରାହୁଲ ଦ୍ରାବିଡ କହିଥିଲେ ଯେ, ତୁମେ ଜଣେ ଓପନର୍ ଭାବରେ ଯାଉଛ, ମୁଁ ଜାଣେ ନାହିଁ ତୁମେ ମୋତେ ପ୍ୟାଡ ପିନ୍ଧିବାକୁ କେତେ ସମୟ ଦେବ। ସେହ୍ବାଗ ଆହୁରି କହିଛନ୍ତି, ୍ରାହୁଲ ଦ୍ରାବିଡ ମୋ ଉପରେ ବିଶ୍ୱାସ କରି ନ ଥିଲେ ଯେ ମୁଁ ରନ ସ୍କୋର କରିପାରିବି। ମୁଁ ଆଶ୍ଚର୍ଯ୍ୟ ହେଇଗଲି ଯେ ମୋର ନିଜ ଦଳର ଖେଳାଳି ମୋତେ ବିଶ୍ୱାସ କରୁନାହାଁନ୍ତି। ଦ୍ରାବିଡ଼ ମୋତେ ବିଶ୍ୱାସ କରିବାକୁ ସମୟ ଲାଗିଲା। ଯେତେବେଳେ ମୁଁ ପ୍ରଥମ ଇନିଂସରେ ୮୪ ସ୍କୋର କରିଥିଲି, ତା’ପରେ ଏକ ଶତକ ହାସଲ କରିଥିଲି। ଏହା ପରେ ସେ ମୋତେ ବିଶ୍ୱାସ କଲେ।