Categories: ଖେଳ

ଖୁସି ଖବର ଦେଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଦକ୍ଷିଣ ଆଫ୍ରିକାର ଉଇକେଟ କିପର-ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି କକ୍‌ ନିଜ ପ୍ରଶଂସକଙ୍କୁ ଏକ ଖୁସି ଖବର ଦେଇଛନ୍ତି। କ୍ୱିଣ୍ଟନଙ୍କ ସ୍ତ୍ରୀ ଶାଶା ଡି କକ ଆସନ୍ତା ବର୍ଷ ଜାନୁଆରୀରେ ପ୍ରଥମ ପ୍ରଥମ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି। କ୍ୱିଣ୍ଟନ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ପ୍ରଶଂସକଙ୍କ ସହ ଏହି ସୂଚନା ଶେୟାର କରିଥିଲେ। ୨୮ ବର୍ଷିୟ କ୍ୱିଣ୍ଟନ ଶେୟାର କରିଥିବା ଫଟୋରେ ଶାଶା ମଧ୍ୟ ତାଙ୍କ ସହ ନଜର ଆସିଛନ୍ତି। ଏହି ଫଟୋର କ୍ୟାପସନରେ ଲେଖା ଅଛି, ‘ବେବି ଡି କକ, ଜାନୁଆରୀ ୨୦୨୨ରେ ଆସୁଛି’। କ୍ୱିଣ୍ଟନ ଏବଂ ଶାଶା ପ୍ରାୟ ଚାରି ବର୍ଷ ପରସ୍ପରକୁ ଡେଟ କରିବା ପରେ ୨୦୧୬ରେ ମରିସସରେ ବିବାହ କରିଥିଲେ। ଡି କକ ଦକ୍ଷିଣ ଆଫ୍ରିକା ଦଳର ଏକ ଅଂଶ, ଯାହା ଜୁଲାଇ ୧୧ରୁ ଡବଲିନ୍‌ରେ ଆରମ୍ଭ ହେବାକୁ ଥିବା ଆୟର୍ଲାଣ୍ଡ ବିପକ୍ଷରେ ସିରିଜ ଖେଳିବ। ଦକ୍ଷିଣ ଆଫ୍ରିକା ଏବଂ ଆୟର୍ଲାଣ୍ଡ ମଧ୍ୟରେ ଏକ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ଏବଂ ଟି-୨୦ ସିରିଜ ଖେଳାଯିବ।

 

Share