କୋଲକତା,୨୫।୨: ପୂର୍ବତନ କ୍ରିକେଟର ମନୋଜ ତିୱାରୀଙ୍କ ପରେ ଅଶୋକ ଡିିଣ୍ଡା ମଧ୍ୟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିଓଙ୍କ ଉପସ୍ଥିତିରେ ଡିଣ୍ଡା ଭାଜପାରେ ଯୋଗ ଦେଇଛନ୍ତି। ନିକଟରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଏହାପୂର୍ବରୁ ମନୋଜ ତିୱାରୀ ଶାସକ ତୃଣମୂଳ କଂଗ୍ରେସ ଦଳରେ ଯୋଗଦେବାକୁ ଘୋଷଣା କରିଥିଲେ।
ସୂଚନାଯୋଗ୍ୟ, ୩୬ ବର୍ଷୀୟ ଡିଣ୍ଡା ଭାରତ ପାଇଁ ୧୩ଟି ଏକଦିବସୀୟ ଏବଂ ୯ଟି -୨୦ ମ୍ୟାଚ ଖେଳିଥିଲେ। ୨୦୦୯ରେ ଏମଏସ ଧୋନୀଙ୍କ ଅଧିନାୟକତ୍ୱରେ ଡିଣ୍ଡା ଏକ ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ। ଶ୍ରୀଲଙ୍କା ବିପକ୍ଷରେ ନାଗପୁର ଟି -୨୦ରେ ପ୍ରଥମ ଥର ଖେଳିବାର ସୁଯୋଗ ପାଇଥିଲେ। ଏହା ପରେ ସେ ୨୦୧୦ରେ ଜିମ୍ବାୱେ ବିପକ୍ଷରେ ଏକ ଏକଦିବସୀୟ ଡେବ୍ୟୁ କରିବାରେ ମଧ୍ୟ ସଫଳ ହୋଇଥିଲେ। ଭାରତ ପାଇଁ ଡିଣ୍ଡା ୧୨ଟି ଏକଦିବସୀୟ ଏବଂ ୧୭ଟି -୨୦ ଉଇକେଟ ନେଇଥିଲେ। ତେବେ ସେ ୨୦୧୩ ପରେ ଟିମ ଇଣ୍ଡିଆ ପକ୍ଷରୁ ଶେଷଥର ଖେଳିଥିଲେ।