Categories: ଖେଳ

ଆଜିର ଦିନରେ ଇତିହାସ ରଚିଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଆଜିକୁ ପ୍ରାୟ ପ୍ରାୟ ୧୬ ବର୍ଷ ପୂର୍ବେ ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ସେନ ଓ୍ବାର୍ଣ୍ଣ ଇତିହାସ ସୃଷ୍ଟି କରିଥିଲେ। ୧୧ ଅଗଷ୍ଟ ୨୦୦୫ରେ ୱାର୍ଣ୍ଣ ବିଶ୍ୱର ପ୍ରଥମ ବୋଲର ହୋଇଥିଲେ ଯିଏ ୬୦୦ ଟେଷ୍ଟ ଉଇକେଟ ନେଇଥିଲେ। ଆଜି, ଯଦିଓ ମୁଥିୟା ମୁରଲୀଥାରନ ସର୍ବାଧିକ ଟେଷ୍ଟ ଉଇକେଟ ନେଇ ରେକର୍ଡ ରଖିଛନ୍ତି, ୱାର୍ଣ୍ଣ ପ୍ରଥମେ ୬୦୦ ଟେଷ୍ଟ ଉଇକେଟ ନେଇ ରେକର୍ଡ କରିଛନ୍ତି ଏବଂ ସେ ଇଂଲଣ୍ଡ ବିପକ୍ଷରେ ୨୦୦୫ ଓଲ୍ଡ ଟ୍ରାଫର୍ଡ ଟେଷ୍ଟ ମ୍ୟାଚରେ ଏହା କରିଥିଲେ। ଇଂଲଣ୍ଡ ଓପନର୍‌ ମାର୍କସ ଟ୍ରେସ୍କୋଥିକ ୱାର୍ଣ୍ଣରଙ୍କ ୬୦୦ ତମ ଟେଷ୍ଟ ଉଇକେଟ ହୋଇଥିଲେ।
ଟେଷ୍ଟ କ୍ରିକେଟରେ ଓ୍ବାର୍ଣ୍ଣ ମୋଟ ୭୦୮ ଉଇକେଟ ନେଇଛନ୍ତି। ସେ ବିଶ୍ୱ କ୍ରିକେଟରେ ଦ୍ୱିତୀୟ ସର୍ବାଧିକ ଉଇକେଟ ନେଇଛନ୍ତି। ୮୦୦ ଉଇକେଟ ନେଇ ମୁରଲୀଧରନ ତାଲିକାର ଶୀର୍ଷରେ ଅଛନ୍ତି। ବର୍ତ୍ତମାନର ବୋଲରଙ୍କ ମଧ୍ୟରେ ଜେମ୍ସ ଆଣ୍ଡରସନ ଓ୍ବାର୍ଣ୍ଣଙ୍କ ରେକର୍ଡର ନିକଟତର। ଆଣ୍ଡରସନଙ୍କ ମୋଟ ୬୨୧ ଉଇକେଟ ନେଇଛନ୍ତି।