Categories: ଖେଳ

ଅଜଗରକୁ ବେକରେ ଗୁଡାଇଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର ୟୁଜଭେନ୍ଦ୍ର ଚହଲ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ସହ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଅଷ୍ଟ୍ରେଲିଆରୁ ଫେରିବା ଚହଲ ଗୁରୁଗ୍ରାମର ରିସୋର୍ଟରେ ବିବାହ କରିଥିଲେ। ବିବାହ ପରେ ଚହଲ ଏବଂ ଧନଶ୍ରୀ ହନିମୁନ ପାଇଁ ଦୁବାଇ ଯାଇଥିଲେ। ଏହି ସମୟରେ ଦୁହେଁ ଫେମ ପାର୍କରେ କିଛି ସମୟ ବିତାଇଥିଲେ। ଏଠାରେ ଚହଲ ଏବଂ ଧନଶ୍ରୀ କେବଳ ନାଗ ସାପକୁ ବେକରେ ବାନ୍ଧି ନ ଥିଲେ ବରଂ ସିଂହ ସହିତ ଯୁଦ୍ଧ ମଧ୍ୟ କରିଥିଲେ। ଦୁବାଇର ଫେମ ପାର୍କ ହେଉଛି ସେଲିବ୍ରିଟିଙ୍କ ପ୍ରିୟ ଯାଗା। ଅନେକ କ୍ରିକେଟର, ଅନ୍ତର୍ଜାତୀୟ କ୍ରୀଡା ବ୍ୟକ୍ତିତ୍ୱ ଏବଂ ହଲିଉଡ-ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଏହି ପାର୍କ ପରିଦର୍ଶନରେ ଯାଆନ୍ତି। ଫେମ ପାର୍କ ହେଉଛି ସବୁଠାରୁ ଲୋକପ୍ରିୟ ପଶୁ ଫାର୍ମ, ଯେଉଁଠାରେ ସମସ୍ତ ପ୍ରକାରର ପଶୁ ଅଛନ୍ତି।

Share