ପ୍ରଥମ ସ୍ତ୍ରୀଙ୍କୁ ଚିହ୍ନିବାକୁ ବି ମନା କରିନେଇଥିଲେ ଏହି ପ୍ରସିଦ୍ଧ ଗାୟକ, ଲୁଚିଛପି କରିଥିଲେ ଦ୍ୱିତୀୟ ବିବାହ

ଗାୟକ ଉଦିତ ନାରାୟଣ ୯୦ ଦଶକରୁ ଶହ ଶହ ସୁପରହିଟ ଗୀତ ଗାଇ ବଲିଉଡରେ ନିଜର ସ୍ବରର ଯାଦୁ ଦେଖାଇ ଚାଲିଛନ୍ତି॥ ହିନ୍ଦୀ ବ୍ୟତୀତ ସେ ତାମିଲ, ମାଲାୟାଲମ, କନ୍ନଡ, ଭୋଜପୁରୀ ଏବଂ ବଙ୍ଗଳା ଭାଷାରେ ଗୀତ ଗାଇଛନ୍ତି। ଚାରିଥର ଜାତୀୟ ପୁରସ୍କାର ଜିତିଥିବା ଉଦିତ ନାରାୟଣଙ୍କ ଜନ୍ମ ୧୯୫୫ ଡିସେମ୍ବର ୧ରେ ହୋଇଥିଲା। ଖୁବ କମ ଲୋକ ଜାଣନ୍ତି ଯେ ଉଦିତ ନାରାୟଣ ଦୁଇଟି ବିବାହ କରିଛନ୍ତି। ସେ ନିଜେ ଏହି କଥାକୁ ବର୍ଷ ବର୍ଷ ଧରି ଲୁଚାଇ ରଖିଥିଲେ। ଉଦିତ ନାରାୟଣଙ୍କର ସମ୍ପୂର୍ଣ୍ଣ ନାମ ହେଉଛି ଉଦିତ ନାରାୟଣ ଝା। ସେ ବିହାରର ସୁପାଲ ଜିଲାରେ ଜନ୍ମଗ୍ରହଣ କରିଥିଲେ। ନେପାଳ ସହିତ ତାଙ୍କର ଘନିଷ୍ଠ ସମ୍ପର୍କ ରହିଛି। ସେ ହିନ୍ଦୀ ନୁହେଁ, ଏକ ନେପାଳୀ ଚଳଚ୍ଚିତ୍ରରୁ ତାଙ୍କର ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରର ନାମ ଥିଲା ‘ସିନ୍ଦୁର’। ପ୍ରାୟ ୧୦ ବର୍ଷର ସଂଘର୍ଷ ପରେ ଉଦିତ ନାରାୟଣ ପ୍ରଥମ ସୁପରହିଟ ଗୀତ ଦେଇଥିଲେ, ଯାହା ତାଙ୍କ ଭାଗ୍ୟକୁ ବଦଳାଇ ଦେଇଥିଲା। ଏହି ଗୀତଟି ‘କୟାମତ ସେ କୟାମତ ତକ’ ଫିଲ୍ମର ଗୀତ ’ପାପା କେହତେ ହେଁ ବଡା ନାମ କରେଗା’ର ଥିଲା। ଏହି ଗୀତଟି ଆମୀର ଖାନଙ୍କ ଉପରେ ଶୁଟିଂ କରାଯାଇଥିଲା। ଏହି ଗୀତ ପରେ ଉଦିତ ନାରାୟଣଙ୍କୁ ଅନେକ ଅଫର ମିଳିଥିଲ।
୨୦୦୬ରେ, ରଞ୍ଜନା ନାରାୟଣ ଦାବି କରିଥିଲେ ଯେ ଉଦିତ ନାରାୟଣ ତାଙ୍କ ସ୍ବାମୀ। କିନ୍ତୁ ଉଦିତ ଏହାକୁ ଅସ୍ବୀକାର କରିବାକୁ ଲାଗିଲେ। ଏହା ପରେ ରଞ୍ଜନା କୋର୍ଟ ଯାଇଥିଲେ ଏବଂ ଫଟୋ ଏବଂ ଡକ୍ୟୁମେଣ୍ଟ ଦେଖାଇବା ପରେ ଉଦିତ ବିବାହ କରିଥିବା କଥା ସ୍ବୀକାର କରିଥିଲେ। ଏହା ପରେ ଉଭୟଙ୍କୁ ଏକାଠି ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ବିବାହ ସତ୍ତ୍ୱେ ଉଦିତ ନାରାୟଣ୧୯୮୫ ମସିହାରେ ଦୀପା ନାରାୟଣଙ୍କୁ ବିବାହ କରିଥିଲେ। ଦୀପାଙ୍କର ଆଦିତ୍ୟ ନାରାୟଣଙ୍କ ନାମରେ ଏକ ପୁତ୍ର ଅଛି। ଆଦିତ୍ୟ ମଧ୍ୟ ତାଙ୍କ ପିତାଙ୍କ ପରି ଜଣେ ଗାୟକ ଏବଂ ଅଭିନେତା।ସେ ପିତାଙ୍କ ଜନ୍ମଦିନରେ ଶ୍ୱେତା ଅଗ୍ରୱାଲଙ୍କୁ ବିବାହ କରିବାକୁ ଯାଉଛନ୍ତି।

Share