ପ୍ରଥମ ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେଇ ଦିତୀୟ ବିବାହ କରିଛନ୍ତି ଏହି ପ୍ରସିଦ୍ଧ ଗାୟିକା

ମୁମ୍ବାଇ: ଆଜି ଅର୍ଥାତ୍‌ ଅଗଷ୍ଟ ୧୪ରେ ବଲିଉଡ୍‌ର ସଫଳ ଗାୟିକା ସୁନିଧି ଚୌହାନଙ୍କ ଜନ୍ମଦିନ। ୧୯୮୩ ମସିହାରେ ସୁନିଧି ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଛୋଟବେଳୁ ଫିଲ୍ମରେ ଗୀତ ଗାଇ ସେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ଆଜିର ଏହି ଖାସ୍‌ ଦିନରେ ଜାଣନ୍ତୁ ସୁନିଧିଙ୍କ ବିଷୟରେ କିଛି କଥା…
ସୁନିଧି ତାଙ୍କର ନିଆରା କଣ୍ଠସ୍ବରରେ ଶ୍ରୋତାଙ୍କୁ ବାନ୍ଧି ରଖିଛନ୍ତି। ସେ ବଲିଉଡ୍‌ରେ ଅନେକ ହିନ୍ଦୀ ଗୀତ ଗାଇଥିବା ବେଳେ ମରାଠୀ, କନ୍ନଡ, ତେଲୁଗୁ, ତାମିଲ, ପଞ୍ଜାବୀ, ବଙ୍ଗାଳୀ, ଆସାମ, ନେପାଳୀ ଏବଂ ଊର୍ଦ୍ଦୁ ଭାଷାରେ ମଧ୍ୟ ଗୀତ ଗାଇଛନ୍ତି। ସେ ଜଣେ ଫ୍ୟାଶନ ଆଇକନ ମଧ୍ୟ।
ସୁନିଧିଙ୍କ ପିତା ଜଣେ ଥିଏଟର କଳାକାର ଥିଲେ। ସୁନିଧି ୪ ବର୍ଷ ବୟସରୁ ଷ୍ଟେଜ ଶୋ’ ଏବଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିଲେ। ୧୬ ବର୍ଷ ବୟସରେ ସୁନିଧିଙ୍କୁ ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା ତାଙ୍କ ଫିଲ୍ମ ‘ମସ୍ତ’ରେ ସୁଯୋଗ ଦେଇଥିଲେ। ଏହି ଫିଲ୍ମର ସମସ୍ତ ଗୀତ ସୁପରହିଟ୍‌ ହୋଇଥିଲା। ୨୧୦୩ରେ ଏସିଆର ଟପ୍‌ ୫୦ ସେକ୍ସିଷ୍ଟ ଲେଡିଜରେ ସୁନିଧି ସ୍ଥାନ ପାଇଥିଲେ। ସୁନିଧିଙ୍କ ପ୍ରକୃତ ନାମ ନିଧି ଚୌହାନ କିନ୍ତୁ କଲ୍ୟାଣଜୀଙ୍କ ଏକାଡେମୀରୁ ବାହାରିଥିବା ସମସ୍ତଙ୍କ ନାମ‘S’ ରୁ ଆରମ୍ଭ ହୋଇଥିବା ସେ ସୁନିଧି ହୋଇଥିଲେ।

‘ରୁକି ରୁକି ସି ଜିନ୍ଦେଗୀ’ ପାଇଁ ସୁନିଧିଙ୍କୁ ଫିଲ୍ମଫେୟାର ପୁରସ୍କାର ପ୍ରଦାନ କରାଯାଇଥିଲା। ସୁନିଧି ବର୍ତ୍ତମାନ ୩୦୦୦ରୁ ଅଧିକ ଗୀତ ଗାଇଛନ୍ତି। ସୁନିଧିଙ୍କ କ୍ୟାରିୟର ବହୁତ ଭଲ ଥିଲା। କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ଉତ୍ଥାନ-ପତ୍ତନ ଘଟିଥିଲା। ସୁନିଧି ତାଙ୍କଠାରୁ ୧୪ ବର୍ଷ ବଡ଼ ନିର୍ଦ୍ଦେଶକ ବବି ଖାନ୍‌ଙ୍କୁ ୧୮ ବର୍ଷ ବୟସରେ ବିବାହ କରିଥିଲେ। ମାତ୍ର ଦୁଇ ଜଣଙ୍କ ବୈବାହିକ ଜୀବନ ବେଶୀଦିନ ତିଷ୍ଠି ନ ଥିଲା। ବିବାହର ୧ ବର୍ଷ ପରେ ଦୁଇଜଣଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଯାଇଥିଲା।

ପୁଣି ଥରେ ୯ ବର୍ଷ ପରେ ସଙ୍ଗୀତ ନିର୍ଦ୍ଦେଶକ ହିତେଶ ସୋନିକଙ୍କୁ ବିବାହ କରିଥିଲେ। ସୁନିଧିଙ୍କଠାରୁ ହିତେଶ ମଧ୍ୟ ୧୪ ବର୍ଷ ବଡ଼। ହିତେଶ ସୁନିଧିଙ୍କର ପିଲାଦିନର ବନ୍ଧୁ ଥିଲେ। ଉଭୟ ୧୫ ବର୍ଷ ଧରି ପରସ୍ପରକୁ ଜାଣିଥିଲେ। ୧ ଜାନୁୟାରୀ ୨୦୧୮ରେ ସୁନିଧି ପୁଅ ତେଗ୍‌ଙ୍କୁ ଜନ୍ମ ଦେଇଛନ୍ତି। ତାଙ୍କ ସହ ହିତେଶଙ୍କ ସମ୍ପର୍କ ଠିକ୍‌ ନୁହେଁ ବୋଲି କୁହାଯାଉଥିଲା କିନ୍ତୁ ପରେ ହିତେଶ ସମସ୍ତ ଗୁଜବକୁ ବନ୍ଦ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬ ବର୍ଷ ପରେ ପୁଣି ଜାହ୍ନବୀ, ଇଶାନଙ୍କ ଯୋଡ଼ି

ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର ଓ ଅଭିନେତା ଇଶାନ ଖଟ୍ଟର ଶେଷ ଥର ପାଇଁ ୨୦୧୮ରେ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ‘ଧଡକ୍‌’ ଫିଲ୍ମରେ ନଜରକୁ ଆସିଥିଲେ।...

ସିନେ ଜଗତର ପ୍ରଥମ ଅଭିନେତା ଭାବେ ଚିରଞ୍ଜୀବୀଙ୍କୁ ଗିନିଜ ୱାଲର୍‌ଡ ରେକର୍ଡ

ହାଇଦ୍ରାବାଦ,୨୨।୯: ତେଲୁଗୁ ଫିଲ୍ମ ଜଗତରେ ମେଗାଷ୍ଟାର ଭାବେ ଚିରଞ୍ଜୀବୀ ପରିଚିତ। ସିନେ ଜଗତର ପ୍ରଥମ ଅଭିନେତା ଭାବେ ସେ ନିଜର ନୃତ୍ୟ ଦକ୍ଷତା ପାଇଁ ଗିନିଜ...

ଏଥର ଦୁର୍ଗା ପୂଜାରେ ଦୁର୍ଗା

ଏଥର ଦୁର୍ଗା ପୂଜା ଅବସରରେ ରିଲିଜ ହେବାକୁ ଯାଉଥିବା ଫିଲ୍ମଗୁଡିକ ମଧ୍ୟରେ ରହିଛି ‘ଦୁର୍ଗା’। ଏକ ନାରୀକୈନ୍ଦ୍ରିକ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ପ୍ରଯୋଜକ...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ...

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri