ସ୍ତ୍ରୀ ଓ ସ୍ବାମୀ ସମ୍ପର୍କ ସବୁଠାରୁ ନିଆରା। ସ୍ତ୍ରୀଙ୍କୁ ସ୍ବାମୀଙ୍କ ଅର୍ଦ୍ଧାଙ୍ଗିନୀ ଭାବେ ବିବେଚିତ କରାଯାଇଥାଏ। ପ୍ରେମ, ବିଶ୍ୱାସ ଓ ସମ୍ମାନକୁ ନେଇ ଉଭୟ ଜୀବନରେ ଆଗକୁ ବଢ଼ିଥାନ୍ତି। ଏଥିରୁ ଯଦି କୌଣସିଟି କମ୍ ହୋଇଥାଏ ତେବେ ଏହି ସମ୍ପର୍କରେ ତିକ୍ତତା ଦେଖାଯାଇଥାଏ। ଏଥିଲାଗି ଜଣେ ଅନ୍ୟ ଜଣଙ୍କୁ ଖୁସି କରିବାରେ ଲାଗିପଡିଥାନ୍ତି। ମାତ୍ର ଏପରି ସବୁ ପାର୍ଟନର ହୋଇ ନ ଥାନ୍ତି।
ମାତ୍ର ଏପରି ୪ ନାମ ଥିବା ମହିଳା ଅଛନ୍ତି ଯେଉଁମାନେ ସ୍ବାମୀଙ୍କ ସବୁ ଇଚ୍ଛା ପୂରଣ କରିଥାନ୍ତି।
‘ଡି’ ନାମ ଥିବା ମହିଳା
ଯେଉଁ ମହିଳାଙ୍କ ନାମ ଡି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ତାଙ୍କ ସ୍ବାମୀଙ୍କୁ ଅଧିକ ଖୁସିରେ ରଖିଥାନ୍ତି। ଏମାନେ ସ୍ବାମୀଙ୍କୁ ହୃଦୟରୁ ଭଲ ପାଇଥାନ୍ତି। ଯଦି ଏହି ନାମର ଝିଅ ଆପଣଙ୍କ ଭାଗ୍ୟରେ ଆସନ୍ତି ତାଙ୍କୁ ଦୂରକୁ ଯିବାକୁ ଦିଅନ୍ତୁ ନାହିଁ।
‘ଏଚ୍’ ନାମ ଥିବା ମହିଳା
ଏହି ନାମର ମହିଳା ସର୍ବଦା ତାଙ୍କ ସ୍ବାମୀଙ୍କୁ ଆଖି ସାମ୍ନାରେ ରଖିଥାନ୍ତି। ବହୁତ ଭଲ ପାଇଥାନ୍ତି। ତାଙ୍କଠାରୁ ଏକ ମୂହୂର୍ତ୍ତ ଅଲଗା କରିବାକୁ ଚାହାଁନ୍ତି ନାହିଁ।
‘କେ’ ନାମ ଥିବା ମହିଳା
ଏହି ନାମର ମହିଳା ତାଙ୍କ ସ୍ବାମୀଙ୍କୁ ଖୁସିରେ ରଖିବା ଲାଗି କିଛି ବି କରିପାରନ୍ତି। ତାଙ୍କର ଏହି ଗୁଣ ପାଇଁ ସ୍ବାମୀମାନେ ମଧ୍ୟ ତାଙ୍କୁ ଭଲ ପାଇଥାନ୍ତି।
‘ଏମ୍’ ନାମ ଥିବା ମହିଳା
ଏମାନେ ସବୁଙ୍କଠାରୁ ଭାଗ୍ୟବାନ ହୋଇଥାନ୍ତି। ଏମାନଙ୍କୁ ତାଙ୍କ ସ୍ବାମୀ ଅଧିକ ଭଲ ପାଇଥାନ୍ତି। ଏମାନେ ମଧ୍ୟ ତାଙ୍କ ସ୍ବାମୀଙ୍କୁ ଭଲ ପାଇଥାନ୍ତି ଓ ଆଖି ସାମ୍ନାରେ ରଖିବାକୁ ଚାହିଁଥାନ୍ତି।