ଆନନ୍ଦପୁର,୫।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ଯୁଗଳକିଶୋରପୁର ଗ୍ରାମରେ ଫ୍ୟାନ୍ ଖସି ତିନି ମାସର ଶିଶୁ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତର ଶିଶୁର ଚିକିତ୍ସା ପାଇଁ ଆନନ୍ଦପୁର ମୁଖ୍ୟ ଚିକିତ୍ସାୟକୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ, ଗ୍ରାମର ରବିନ୍ଦ୍ର ସୋରେନଙ୍କ ତିନି ମାସର ପୁଅ ଶୋଇଥିବା ଅବସ୍ଥାରେ ଫ୍ୟାନ୍ ଖସି ପଡିଥିଲା। ଫଳରେ ଶିଶୁର ମୁଣ୍ଡରେ ଆଘାତ ଲାଗିଥିଲା।