ଫାର୍ମରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ଲକ୍ଷାଧିକ ଟଙ୍କାର କୁକୁଡ଼ା

ବୁଗୁଡ଼ା,୨ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଖୋଳଖାଳି ଗ୍ରାମ ନିକଟରେ ଥିବା ଏକ କୁକୁଡ଼ା ଫାର୍ମ ହାଉସ୍‌ ଶୁକ୍ରବାର ସକାଳେ ଅଗ୍ନିକାଣ୍ଡରେ ଜଳି ଯାଇଥିବା ଜଣାପଡ଼ିଛି। ଖୋଳଖାଳି ଗ୍ରାମର ଶେଷଦେବ ବିଷୋୟୀ
ଦଣ୍ଡାସି ବଞ୍ଜର ଛକ ନିକଟରେ ନୂତନ ଭାବେ ଏକ କୁକୁଡ଼ା ଫାର୍ମ ହାଉସ୍‌ କରିଥିଲେ। ତେବେ କୌଣସି ଦୁର୍ବୃତ୍ତ ଈର୍ଷା ଭାବ ରଖି ତାଙ୍କ କୁକୁଡ଼ା ଫାର୍ମ ହାଉସ୍‌ଟିକୁ ନିଆଁ ଲଗାଇ ଦେବା ଫଳରେ ତାହା ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଫଳରେ ତାଙ୍କର ଲକ୍ଷାଧିକ ଟଙ୍କା କ୍ଷତି ହୋଇଛି ବୋଲି ସେ କହିଥିଲେ। ଖବରପାଇ ବୁଗୁଡ଼ା ଅଗ୍ନିଶ୍ରମ ବିଭାଗ ର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଫାର୍ମରେ କିନ୍ତୁ କୌଣସି କୁକୁଡା ନଥିଲେ। ତେବେ ଏ ନେଇ ସେ ଥାନା ରେ ଅଭିଯୋଗ ମଧ୍ୟ କରିଛନ୍ତି।

Share