Categories: ଜାତୀୟ

ଖଣ୍ଡା ଧରି ପୋଲିସକୁ ଗୋଡାଇଲେ କୃଷକ

ନୂଆଦିଲ୍ଲୀ,୨୬।୧: ମଙ୍ଗଳବାର ସାରା ଦେଶରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଦିଲ୍ଲୀ ସୀମାରେ ଦୀର୍ଘ ଦୁଇ ମାସ ହେବ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା କୃଷକମାନେ ଏକ ଟ୍ରାକ୍ଟର ରାଲି ଆରମ୍ଭ କରିଥିଲେ। ପୋଲିସ ସେମାନଙ୍କୁ ରୋକିବାକୁ ଚେଷ୍ଟା କରିବାକୁ କରିଥିଲା। ଫଳରେ ଉଭୟ କୃଷକ ଏବଂ ପୋଲିସ ମୁହାଁମୁହିଁ ହୋଇଥିଲେ। ପୋଲିସ କୌଣସି ଉପାୟ ନ ପାଇ ଲାଠିଚାର୍ଜ କରିଥିଲା। ଉଥିରେ ଉତ୍‌କ୍ଷିପ୍ତ ହୋଇ ଜଣେ କୃଷକ ପୋଲିସଙ୍କୁ ଖଣ୍ଡା ଧରି ଗୋଡାଇ ଥିଲେ। ସୂଚନାଯୋଗ୍ୟ, ଅକ୍ଷରଧାମ ନିକଟରେ ଥିବା ଏନ୍‌ଏଚ୍‌ ୨୪ରେ ପୋଲିସ କୃଷକମାନଙ୍କୁ ରୋକିବାକୁ ଏକ ବ୍ୟାରିକେଡ୍‌ ନିର୍ମାଣ କରିଥିଲା। କିଛି କୃଷକ ବ୍ୟାରିକେଡ୍‌ ଭାଙ୍ଗି ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ। ପୋଲିସ ବାଧ୍ୟ ହୋଇ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରି ଲାଠିଚାର୍ଜ କରିଥିଲା। ପରେ କୃଷକମାନେ ଖଣ୍ଡା ଦେଖାଇ ପୋଲିସକୁ ଡରାଇବାକୁ ଚେଷ୍ଟା କରିଥିଲେ। ପୋଲିସ ମଧ୍ୟ ଖଣ୍ଡା ଦେଖି ଭୟଭୀତ ହୋଇ ଦୌଡିଥିଲା। ସୂଚନାଯୋଗ୍ୟ, ଦୀର୍ଘ ୨ ମାସ ହେବ କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ-ହରିୟାଣା ସୀମାରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ସରକାର ସହ ଗୋଟିଏ ପରେ ଗୋଟିଏ ବୈଠକ ବସୁଥିଲେ ମଧ୍ୟ କୌଣସି ସମାଧାନର ବାଟ ଫିଟୁନାହିଁ।

 

Share