ମେଘୁଆ ପାଗକୁ ଦେଖି ଚିନ୍ତାରେ ଚାଷୀ

ଗଞ୍ଜାମ,୧୯।୧୨(ବିଦ୍ୟାଧର ସାହୁ):ଗତ ଦୁଇଦିନ ହେଲା ପାଗ ମେଘୁଆ ରହିଛି। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସ୍ଥାନୀୟ ଅଞ୍ଚଳର ଚାଷୀ l ଗଞ୍ଜାମ ବ୍ଲକ ଅଞ୍ଚଳରେ ମୋଟ ୧୨ ହଜାର ୪୬୨ ହେକ୍ଟର ଚାଷ ଜମି ଥିବାବେଳେ ୮ ହଜାର ୭୮୦ ହେକ୍ଟର ଜମିରେ ଧାନ ଚାଷ ହୋଇଥିବା ଜଣା ପଡିଛି l ବର୍ତ୍ତମାନ ସବୁ ଜମିରେ ଧାନ ପାଚି ଗଲାଣି l କିଛି ଚାଷୀ ଧାନ ଅମଳ କରି ଘରକୁ ଧାନ ନେଇ ଆସିଥିବା ବେଳେ ଅଧିକାଂଶ ଚାଷୀଙ୍କ ଧାନ ଜମିରେ ରହିଥିବା ଦେଖିବାକୁ ମିଳିଛି l ଯଦି ବର୍ଷା ହେଇଯାଏ ତାହେଲେ ପାଚିଲା ଧାନ ନଷ୍ଟ ହୋଇଯିବ, ଏଥିରେ ସନ୍ଦେହ ନାହିଁ l କିଛି ଚାଷୀ ଧାନ କାଟି ଖଳାରେ ଗଦା କରିଛନ୍ତି, ତାହା ମଧ୍ୟ ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି l ଏଥିସହ ମେଘୁଆ ପାଗ ସାଙ୍ଗକୁ କୋହଲା ପବନ ଚାଷୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି l କାରଣ ପବନ ଅଧିଜ ହେଲେ ବିଲରୁ କଟାଯାଇ ନ ଥିବା ଧାନ ଝଡିଯିବ l ଏଥିପାଇଁ ଭଗବାନ ହିଁ ଭରସା ବୋଲି ପୁଇଁତୋଳା ଗ୍ରାମର ଚାଷୀ ବୃନ୍ଦାବନ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l

Share