ଧାନ ଗଦାକରି ରାସ୍ତାରେ ବସିଲେ ଚାଷୀ

ପଦ୍ମପୁର ,୧୩।୧ (ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଧାନ ଉଠାଣରେ ମନ୍ଥରତା ଲାଗି ରହିଛି। ଏହି ଉପଖଣ୍ଡ ଅନ୍ତର୍ଗତ ବରିକେଲ ସେବା ସମବାୟ ସମିତିର ଚାଷୀଙ୍କ ନିର୍ଦ୍ଧାରିତ ସମୟରେ ଧାନ ଉଠୁ ନ ଥିବା ଏବଂ ଟୋକନର ସମୟସୀମା ସରିଯିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି। ଏଭଳି ଅଭିଯୋଗ ନେଇ ଅଞ୍ଚଳର ଚାଷୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ପଦ୍ମପୁର ପାଇକମାଲ ରାସ୍ତାର ବରିକେଲଠାରେ ଚାଷୀମାନେ ଧାନ ଗଦାକରି ଅବରୋଧ କରିଛନ୍ତି। ଖବର ପାଇ ପଦ୍ମପୁର ପୋଲିସ ଓ ବିଭାଗୀୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଆଲୋଚନା ଜାରି ରଖିଥିବା ଜଣାପଡ଼ିଛି।

Share