Categories: ଫୁରସତ

ଗାଈ ପିଠିରେ କୃଷକ ଲେଖିଲେ, ମୋତେ ବାହା ହେବ କି? ଯୁବତୀ ଦେଲେ ଏମିତି ଉତ୍ତର

ଇଂଲଣ୍ଡର ଯୁବକ ଜଣେ ଯୁବତୀଙ୍କୁ ପ୍ରପୋଜ କରିବା ପାଇଁ ଭିନ୍ନ ଏକ ଉପାୟ ଆପଣାଇଛନ୍ତି। ଏହି ଯୁବକ ନିଜର ଦୁଇଟି ଗାଈଙ୍କ ପିଠିରେ ସ୍ପ୍ରେ ପେଣ୍ଟିଂରେ ଲେଖିଛନ୍ତି, ମୋତେ ବିବାହ କରିବ କି? ଯୁବକଙ୍କ ଏପରି ହୃଦୟସ୍ପର୍ଶୀ ବାର୍ତ୍ତା ଦେଖି ସେହି ଯୁବତୀଙ୍କ ଜଣକ ଖୁସିରେ ଆତ୍ମହରା ହୋଇଉଠିଛନ୍ତି।

୨୪ ବର୍ଷୀୟ ଲୁଇସ୍‌ ହ୍ବାଇଟ୍‌ ସୋମରସେଟ୍‌ରେ ରୁହନ୍ତି। ସେ ଏମିଲି ନାମକ ଜଣେ ଯୁବତୀଙ୍କୁ ମନେ ମନେ ଭଲ ପାଉଥଲେ। ମାତ୍ର ଏକଥା ତାଙ୍କୁ ମନ ଖୋଲି କହି ପାରୁ ନ ଥିଲେ। ଏମିଲିଙ୍କୁ ମନାଇବା ପାଇଁ ଦୁଇଟି ଗାଈଙ୍କୁ ଜମିରେ ଚରାଇବା ପାଇଁ ଛାଡ଼ିଥିଲେ। ଏହି ଦୁଇଟି ଗାଈଙ୍କ ପିଠିରେ ସେ ଏମିଲିଙ୍କ ପାଇଁ ଲେଖିଥିଲେ ମୋତେ ବିବାହ କରିବ କି?

ଏହା ଦେଖି ଏମିଲି ତାଙ୍କ ପ୍ରସ୍ତାବରେ ରାଜି ହୋଇଥିଲେ। ପରେ ଲୁଇସ ତାଙ୍କୁ ମୁଦି ପିନ୍ଧାଇଥିଲେ। ଏନେଇ ଲୁଇସ୍‌ କୁହନ୍ତି, ମୁଁ ଦୀର୍ଘଦିନରୁ ଚାହୁଁଥିଲି ଏମିଲିଙ୍କୁ ପ୍ରପୋଜ କରିବା ପାଇଁ। ମାତ୍ର ପାରୁ ନ ଥିଲି। ସେଥିପାଇଁ ଗାଈ ଦୁଇଟିଙ୍କର ସାହାରା ନେଇଥିଲି। ଗାଈଙ୍କୁ କ୍ଷେତକୁ ଚରିବା ପାଇଁ ପଠାଇ ଭୋର୍‌ର ଏମିଲିଙ୍କୁ ଫୋନ୍‌ କରିଥିଲି। କହିଥିଲି ତୁମେ କ୍ଷେତକୁ ଯାଇ ଦେଖ। ସେ ଯାଇ ଦେଖନ୍ତି ତ ଗାଈଙ୍କ ପିଠିରେ ଏପରି ଲେଖାହୋଇଛି। ସେ ମୋର ଏପରି ପ୍ରପୋଜ ଦେଖି ଖୁବ୍‌ ଖୁସି ହେବା ସହ ହଁ ବି ଭରିଥିଲେ। ଏତେ ଦିନ ପରେ ମୋତେ ମୋ’ ଖୁସି ମିଳିଥିବାରୁ ମୁଁ ବହୁତ ଆନନ୍ଦିତ।

Share