ବଜ୍ରପାତରେ ଚାଲିଗଲା ଚାଷୀଙ୍କ ଜୀବନ

ଖଇରା,୪।୧୦(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ନୟାଖଣ୍ଡି ଗ୍ରାମପଞ୍ଚାୟତ ଅଧୀନ କଅଁଳଖୁଣ୍ଟା ଗ୍ରାମର ଜଣେ ଚାଷୀଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି। ସେ ହେଲେ ବିବେକ କୁମାର ଖୁଣ୍ଟିଆ(୪୭) । ବିବେକ ମଙ୍ଗଳବାର ପୂର୍ବାହ୍ନରେ ଧାନଜମିରେ ଘାଇବାନ୍ଧିବାକୁ ଯାଇଥିବା ବେଳେ ବଜ୍ରପାତରେ ସଂଜ୍ଞାହୀନ ହୋଇ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଖଇରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

Share