ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ

ଖୋର୍ଦ୍ଧା ଅଫିସ,୨।୩ : ଖୋର୍ଦ୍ଧା ଜିଲାରେ ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ସବୁ ମଣ୍ଡିରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଟାର୍ଗେଟ ନାହିଁ କହି ସମିତି ସମ୍ପାଦକ ଦିନ ଗଡାଇ ଚାଲିଛନ୍ତି। ଟୋକନ ଥାଇ ମଣ୍ଡିରେ ଧାନ ଉଠୁନାହିଁ। ଏଭଳି ପରିସ୍ଥିତିରେ ଚାଷୀଙ୍କ ଧାନ କିଣିବା ଦାବିରେ ମଙ୍ଗଳବାର ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଶତାଧିକ ଚାଷୀ ଧାନବସ୍ତା ରଖି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଧାନ ନ ଉଠିଲେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୃତି ଦେବୁ ବୋଲି ଚେତାବନୀ ଦେଇଥିଲେ। ଖବରପାଇ ଟାଉନ ପୋଲିସ ପହଞ୍ଚି ବୁଝାସୁଝା କରିବା ସତ୍ତ୍ୱେ ଚାଷୀ ନିଜ ଜିଦରେ ଅଟଳ ରହିଥିଲେ। ପରେ ଜିଲାପାଳ ସନତ ମହାନ୍ତି ପହଞ୍ଚି ଚାଷୀଙ୍କ ସହ ଆଲୋଚନା କର ଧାନ କିଣାଯିବା ନେଇ ପ୍ରତିଶୃତି ଦେବା ପରେ ଚାଷୀଙ୍କ ଧାରଣା ହଟିଥିଲା।

Share