କର୍ଲାମୁଣ୍ଡା,୨୭ା୮(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା, ଗଜବାହଲ, ରିଷିଡ଼ା ପଞ୍ଚାୟତର ସରପଞ୍ଚ ଓ ଚାଷୀ ପ୍ରତିନିଧି ଶନିବାର ବଲାଙ୍ଗୀର ଜିଲା ତୁଷରା ଏନ୍ଏସି ବଙ୍ଗୋମୁଣ୍ଡା ଉଚ୍ଚ ବିଦ୍ୟାପୀଠଠାରେ ଜଳସମ୍ପଦ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କୁ ସାକ୍ଷାତ କରି ଏହି ୩ ପଞ୍ଚାୟତକୁ ଜଳସେଚନ ବ୍ୟବସ୍ଥା ନିମନ୍ତେ ତେଲନଦୀଠାରେ ବୃହତ୍ତ ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ କରିବାକୁ ଦାବିପତ୍ର ଦେବା ସହ ଆଲୋଚନା କରିଥିଲେ। ଏଥିରେ ପୌରକେଲା ସରପଞ୍ଚ ଯଶୋଶ୍ୱିନୀ ଧରୁଆ, ରିଷିଡ଼ା ସରପଞ୍ଚ ସେବତୀ ରଣା, ଗଜବାହଲ ସରପଞ୍ଚ ଅରବିନ୍ଦ ଗହୀର୍,ପୌରକେଲା ସମିତିସଭ୍ୟ ସୁଧୀର ଭୋଇ,ବରୁଣ ଭୋଇ, ସୂର୍ଯ୍ୟମଣି ଭୋଇ,ବବୃବାହନ ଭୋଇ,ଟିକେମନ ଭୋଇ, ଲକ୍ଷପତି ରଣା, ବୈବସୁତ ସୁନା, ବରୁଣ ସୁନା, ଭୂବନ ଧରୁଆ, ଲୋଚନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।
Posted inଆମ ଜିଲା ଖବର, କଳାହାଣ୍ଡି