Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କୁ ରକ୍ତରେ ଚିଠି ଲେଖିଲେ ଚାଷୀ

ନୂଆଦିଲ୍ଲୀ,୨୨।୧୨: ଧିରେ ଧିରେ ଅଣାୟତ ହେବାରେ ଲାଗିଛି ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀ-ହରିୟାଣା ସିଙ୍ଗୁ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ। ଆନ୍ଦୋଳନରତ କୃଷକ ଗୋଷ୍ଠୀ ଦ୍ୱାରା ଆୟୋଜିତ ଏକ ରକ୍ତଦାନ ଶିବିର ଅବସରରେ ଚାଷୀମାନେ ନିଜ ରକ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଛନ୍ତି।

‘ ମୋଦୀ ଜୀ ସୁପ୍ରଭାବ। ଆମେ ଏହି ଚିଠି ନିଜ ରକ୍ତରେ ଲେଖୁଛୁ। ତୁମେ ଆମ ଦେଶର ପ୍ରଧାନମନ୍ତ୍ରୀ। ଆମ ଭୋଟ ଦ୍ୱାରା ହିଁ ନିର୍ବାଚିତ ହୋଇଛ। ଆଉ ତିନିଟି ଆଇନ ପ୍ରଣୟନ କରି ଚାଷୀଙ୍କ ସହ ସହ ବିଶ୍ୱାସଘାତକତା କରିଛନ୍ତି ଆପଣ। ନୂଆ କୃଷି ଆଇନକୁ ଫେରାଇ ନେବାକୁ ଆମେ ଅନୁରୋଧ କରୁଛୁ’ ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି।

 

Share