ଝୁଲି ରହିଛି ୨ ଅଭିନେତାଙ୍କ ଭାଗ୍ୟ

କଟକ,୨୨ା୪(ଶିଳ୍ପା ପ୍ରିୟଦର୍ଶିନୀ):ବିଜେଡି ଛାଡି ଭାଜପାରେ ଅଭିନେତା ଅରିନ୍ଦମ ରାଏ, ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସନାୟକ ଓ ଅନୁଭବ ମହାନ୍ତି ଯୋଗଦେଇଛନ୍ତି। ବିଜେଡି ଦଳ ଛାଡିବାରେ ସର୍ବପ୍ରଥମେ ରହିଛନ୍ତି ଅଭିନେତା ଅରିନ୍ଦମ। ଗତ ମାର୍ଚ୍ଚ ୧୫ରେ ଅରିନ୍ଦମ ବିଜେଡି ଛାଡି ଭାଜପାରେ ଯୋଗଦେଇଥିଲେ। ତାଙ୍କ ପରେ ସିଦ୍ଧାନ୍ତ ବିଜେଡିରୁ ଇସ୍ତଫା ଦେଇ ମାର୍ଚ୍ଚ ୨୮ରେ ନୂଆଦିଲୀସ୍ଥିତ କାର୍ଯ୍ୟାଳୟରେ ଭାଜପାରେ ସାମିଲ ହୋଇଥିଲେ। ମାର୍ଚ୍ଚ ୩୦ରେ ଆକାଶ ଏବଂ ପରେ କେନ୍ଦ୍ରାପଡା ଏମ୍‌ପି ଅନୁଭବ ଦଳରୁ ଇସ୍ତଫା ଦେଇଥିଲେ। ମାର୍ଚ୍ଚ ୩୧ରେ ରାଜ୍ୟ କାର୍ଯ୍ୟାଳୟରେ ଆକାଶ ଭାଜପାରେ ଯୋଗଦେଇଥିଲେ ଏବଂ ଏପ୍ରିଲ ୧ ତାରିଖରେ ଅନୁଭବ ନୂଆଦିଲ୍ଲୀ କାର୍ଯ୍ୟାଳୟରେ ଯୋଗଦେଇଥିଲେ। ବିଜେଡି ଛାଡି ଭାଜପାରେ ଯୋଗ ଦେବାର କିଛି ଦିନ ମଧ୍ୟରେ ଭାଜପା ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା। ଅଭିନେତା ସିଦ୍ଧାନ୍ତଙ୍କୁ ଦିଗପହଣ୍ଡି ଓ ଆକାଶଙ୍କୁ କୋରେଇ ନିର୍ବାଚନ ମଣ୍ଡଳୀରୁ ଭାଜପା ପ୍ରାର୍ଥୀ କରିଛି। ସେହିପରି ବିଜେଡିରେ ଗତ ୧୮ରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଯୋଗଦେଇଥିଲେ। ପରେ ଦଳ ତାଙ୍କୁ ବଡଚଣା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଛି। ତେବେ ଚଳିତ ନିର୍ବାଚନରେ ସିନେ ତାରକାଙ୍କ ନିର୍ବାଚନ ଲଢ଼େଇ ଦେଖିବାକୁ ମିଳିବା ସହ କେଉଁ ଅଭିନେତ୍ରୀ ଓ ଅଭିନେତା କ’ଣ ରଣନୀତି ଆପଣାଇବେ ତାହାକୁ ନେଇ ଲୋକେ ଆଲୋଚନା ଆରମ୍ଭ କରି ସାରିଛନ୍ତି। ହେଲେ ଭାଜପାରେ ଯୋଗଦେବାର ଏକ ମାସରୁ ଅଧିକ ସମୟ ହୋଇଥିଲେ ମଧ୍ୟ ଏବେ ଯାଏଁ ଝୁଲି ରହିଛନ୍ତି ଅରିନ୍ଦମ ରାଏଙ୍କ ଭାଗ୍ୟ। ସେହିପରି ଅନୁଭବ ୧୫ ଦିନରୁ ଅଧିକ ସମୟ ହେବ ଦଳରେ ଯୋଗଦେଇଥିଲେ ମଧ୍ୟ ଦଳ ତାଙ୍କୁ ଟିକେଟ ଦେବା ନେଇ ଝୁଲେଇ ରଖିଛି। କିଛିଦିନ ତଳେ ଅରିନ୍ଦମ ସାଲେପୁର ନିର୍ବାଚନ ମଣ୍ଡଳୀର ଚା’ ଖଟିରେ ଯୋଗଦେବା ସହ ସେଠାରେ ଭୋଟରଙ୍କ ନିକଟତର ହେବାର ଫଟୋ ଭାଇରାଲ ହୋଇଥିଲା। ଏପରି କି ଅରିନ୍ଦମଙ୍କୁ ଦଳ ସାଲେପୁରରୁ ଟିକେଟ ଦେବ ବୋଲି ଲୋକ ଟୁପୁରୁଟାପୁରୁ ହେବା ଆରମ୍ଭ କରିଛନ୍ତି। ହେଲେ ଭାଜପାରେ ଯୋଗଦେବା ପରେ ସେ କୌଣସି ଦଳୀୟ କାର୍ଯ୍ୟରେ ସକ୍ରିୟ ନାହାନ୍ତି। ତେବେ ଭାଜପାର ବାରବାଟୀ-କଟକ ଓ ସାଲେପୁର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଥିବାବେଳେ ଉଭୟ ଅଭିନେତା ଦୁଇଟି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ପାଇଁ ଆଶା ରଖିଥିବା ନେଇ ସାଧାରଣରେ ଆଲୋଚନା ହେଉଛି। ଏନେଇ ଅରିନ୍ଦମ କହିଛନ୍ତି, ଆଶାବାଦୀ ନୁହେଁ ଦଳରେ ଯୋଗଦେଇଛି ଲୋକଙ୍କ ପାଇଁ କାମ କରିବାକୁ। କାମ ଜାରି ରଖିବି ଏବଂ ତା’ର ଫଳ ନିଶ୍ଚିତ ମିଳିବ। ଦଳ ଯାହା ନିଷ୍ପତ୍ତି ନେବ ସେଥିପାଇଁ ମୁଁ ପ୍ରସ୍ତୁତ ରହିଛି। ଅପରପକ୍ଷରେ ଅନୁଭବଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ...

ଫେରିଘାଟକୁ ଯୋଗାଇ ଦିଆଗଲା ପାୱାର ବୋଟ୍‌, ଦୁର୍ବିପାକ ବେଳେ କରିବ ସହାୟତା

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବହୁ ଚର୍ଚ୍ଚିତ ବାହାକୁଦ, ମୂଷାଡ଼ିଆ, ମହାନଦୀ ଫେରିଘାଟ ଜିଲାରେ ସର୍ବୋତ୍ତମ ରାଜସ୍ବ ନିଲାମ ହେଉଥିବା ଘାଟ।...

ଲିଜ୍‌ଧାରୀଙ୍କୁ ୭.୩୮ କୋଟି ଜରିମାନା

ଯାଜପୁର,୨୦ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ରେ ପଥର ଧସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଲିଜ୍‌ଧାରୀ ନାରାୟଣ ରାଉତଙ୍କୁ...

ବ୍ରାହ୍ମଣୀଗାଁ ଥାନାରେ ଯୋଗ ଦେଲେ ନୂଆ ଆଇଆଇସି, କହିଲେ ଆପରାଧିକ ନିୟନ୍ତ୍ରଣ ତାଙ୍କ ପାଇଁ…

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନାରେ ନୂଆ ଆଇଆଇସି ଭାବେ ବିଜୟ କୁମାର ହାଇବୁରୁ ଗୁରୁବାର ବିଳମ୍ବିତ ରାତିରେ ଯୋଗଦାନ କରିଛନ୍ତି।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri