ନୂଆଦିଲ୍ଲୀ, ୨।୭: ବର୍ଷର ସପ୍ତମ ମାସ ହେଉଛି ଜୁଲାଇ। ଚଳିତ ମାସ କେତେକଙ୍କ ପାଇଁ ଶୁଭଫଳ ନେଇ ଆସିଥିବାବେଳେ ଅନ୍ୟ କେତେକଙ୍କ ଲାଗି ଅଶୁଭଫଳ ନେଇ ଆସିଛି। ଯେଉଁମାନେ ୧, ୧୦. ୧୯ ଏବଂ ୨୮ ତାରିଖରେ ଜନ୍ମ ହୋଇଥିବେ ସେମାନଙ୍କୁ ଚଳିତ ମାସରେ ମାନସମ୍ମାନ ପ୍ରାପ୍ତି ହେବାର ଯୋଗ ରହିଛି। ଏସବୁ ବ୍ୟକ୍ତିଙ୍କର ଆୟ ବଢ଼ିବାର ଯୋଗ ମଧ୍ୟ ରହିଛି। ସେହିପରି ୩,୧୨, ୨୧ ଏବଂ ୩୦ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ପଦୋନ୍ନତି ହେବା ଯଥେଷ୍ଟ ସମ୍ଭାବନା ରହିଛି ବୋଲି କାଶୀର ଜ୍ୟୋତିଷ ଗଣେଶ ଶର୍ମା କହିଛନ୍ତି। ଅପରପକ୍ଷରେ ଅନ୍ୟ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ପାଇଁ ଧର୍ଯ୍ୟଧରି ପରିସ୍ଥିତିର ମୁକାବିଲା କରିବା ଆବଶ୍ୟକ। ଆବଶ୍ୟକ ସ୍ଥଳେ ଗୁରୁବାର ସୋରିଷ ତେଲର ଅଟା ଦୀପ ଏବଂ ଶନିବାର ଓ ମଙ୍ଗଳବାର ରାଶିତେଲର ଦୀପ ଘରେ ଜାଳିବା ଦ୍ୱାରା ସୁଫଳ ମିଳିବ ବୋଲି ସେ କହିଛନ୍ତି।