ଏହି କଳାକାରଙ୍କ ଭାଗ୍ୟ ବଦଳାଇଥିଲା ଗୋଟିଏ ଫୋନ୍‌ କଲ୍‌

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ବେବି’ରେ ଏକ ଗୁପ୍ତଚର ଭୂମିକାରେ ଅଭିନୟ କରିଥିଲେ ଅଭିନେତା କରଣ ଆନନ୍ଦ। ତେବେ ତାଙ୍କ ଅଭିନୟ ଜୀବନ ଅତ୍ୟନ୍ତ ସଂଘର୍ଷମୟ ଥିଲା। ବଲିଉଡ୍‌ରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ କରଣଙ୍କୁ ଲମ୍ବା ସମୟ ଲାଗିଥିଲା। ହେଲେ ପରେ ସେ ସଲମାନ୍‌ ଖାନ୍‌, ଗୋବିନ୍ଦା, ଅକ୍ଷୟ କୁମାରଙ୍କ ପରି କଳାକାରଙ୍କ ସହ କାମ କରିଥିଲେ। ଏବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିପାରିଛନ୍ତି। ତାଙ୍କୁ ଯେଉଁ ସଫଳତା ମିଳିଛି ସେଥିପାଇଁ ସେ ଅଭିନେତ୍ରୀ ଭୂମି ପେଡେନେକରଙ୍କୁ ଶ୍ରେୟ ଦେଇଛନ୍ତି। ଭୂମିଙ୍କ ଏକ ଫୋନ୍‌ କଲ୍‌ କରଣଙ୍କ ଭାଗ୍ୟ ବଦଳାଇ ଦେଇଥିଲା।
କରଣଙ୍କର ଫିଲ୍ମ ଇଣ୍ଡଷ୍ଟ୍ରିରେ କେହି ଗର୍ଡଫାଦର ନାହାନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରି ବିଷୟରେ ବୁଝିବାକୁ ତାଙ୍କୁ ୫ ବର୍ଷ ଲାଗିଯାଇଥିଲା। ମୁମ୍ବାଇ ଆସିବା ପରେ ତାଙ୍କୁ ଟିଭି ଧାରାବାହିକରେ କାମ କରିବାର ସୁଯୋଗ ମିଳିଥିଲା। ହଠାତ୍‌ ଦିନେ ତାଙ୍କ ପାଖକୁ ଏକ ଫୋନ୍‌ କଲ୍‌ ଆସିଥିଲା। ଏକ ଫିଲ୍ମ ପାଇଁ ତାଙ୍କୁ ଫାଇନାଲ କରାଯାଇଥିବା କୁହାଯାଇଥିଲା। ଫ୍ରି ଥିଲେ ଅଡିଶନ ଦେବାକୁ ମଧ୍ୟ ଡକାଯାଇଥିଲା। ଏହି କଲ ୟଶ ରାଜ ପ୍ରଡକ୍ସନରୁ ଭୁମି ପାଡନେକର କରିଥିଲେ ବୋଲି ବିଜୟ କହିଛନ୍ତି। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ଛୋଟ ପରଦାରୁ ଦୂରେଇ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ।

Share