ବାପା ନାଁ ପଚାରି ପୁଅକୁ ହାଣିଲେ

ବ୍ରହ୍ମପୁର ଅଫିସ,୨୨ା୫: ବ୍ରହ୍ମପୁର ସହର ସହରତଳି ଅଞ୍ଚଳରେ ଦିନକୁ ଦିନ ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ବ୍ରହ୍ମପୁର-ଚଣ୍ଡିପଦର ରାସ୍ତାରେ ଅଜୟ ଭୂୟାଁ ନାମକ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଖଣ୍ଡାରେ ଆକ୍ରମଣ କରି ତାଙ୍କ ସୁନାଚେନ୍‌ ଓ ଟଙ୍କା ଲୁଟି ନେଇଛନ୍ତି। ପ୍ରକାଶ ଯେ, ଚଣ୍ଡିପଦରର ଅଜୟ ଗତ ୧୫ତାରିଖ ସନ୍ଧ୍ୟାରେ ବ୍ରହ୍ମପୁରରୁ କାମ ସାରି ବାଇକରେ ଘରକୁ ଫେରୁଥିଲେ। ଏକ ନମ୍ବରବିହୀନ ବାଇକ୍‌ରେ ୩ ଦୃର୍ବୃତ୍ତ ଆସି ତାଙ୍କ ଗାଡ଼ି ଅଟକାଇଥିଲେ। ସେମାନେ ଅଜୟଙ୍କୁ ତାଙ୍କ ବାପାଙ୍କ ନାଁ ଲଡ଼ୁକିଶୋର ସ୍ବାଇଁ କି ବୋଲି ପଚାରିବାରୁ ସେ ହଁ କରିଥିଲେ। ଏହାପରେ ଦୁର୍ବୃତ୍ତମାନେ ଖଣ୍ଡାରେ ଗୋଡ଼କୁ ଚୋଟ ପକାଇ ଥିଲେ। ଅଜୟ ଗାଡ଼ିରୁ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତ ତାଙ୍କ ବେକରୁ ୧୦ଗ୍ରାମ ଓଜନର ସୁନା ଚେନ୍‌ ଓ ପକେଟରୁ ୪ଶହ ଟଙ୍କା ଲୁଟି ନେଇଥିଲେ। ଏ ସମ୍ପର୍କରେ କାହାକୁ କହିଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ପୁଅର ପ୍ରାଥମିକ ଚିକିତ୍ସା କରାଇ ଲଡ଼ୁକିଶୋର ଏନେଇ ଗତ ୧୬ ତାରିଖରେ ନିମଖଣ୍ଡି ଥାନାରେ ଏତଲା ଦେଇଥିଲେ। ନଂ.୧୬୧/୨୩ ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି।

Share