Advertisement

ଏମିତି ବାପା ଯିଏ ୫ ମାସର ଶିଶୁପୁତ୍ରକୁ କଚାଡ଼ି ମାରିଲେ

ବରଗଡ଼,୧୧।୨: ୫ ମାସର ଶିଶୁ ପୁତ୍ରକୁ କଚାଡ଼ି ମାରିଲେ ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଚେରେଙ୍ଗାଝାଞ୍ଜ ଗାଁରେ। ଘଟଣାରେ ସମ୍ପୃକ୍ତ ହେମନ୍ତ ଭୁଏ ଶନିବାର ରାତିରେ ଘରକୁ ଫେରିବା ପରେ ସ୍ତ୍ରୀଙ୍କୁ ଟଙ୍କା ମାଗିଥିଲେ। ସ୍ତ୍ରୀ ଟଙ୍କା ନଦେବାରୁ ସେ ଗାଳିଗୁଲଜ କରିଥିଲେ। ପରେ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା ମଧ୍ୟରେ ହେମନ୍ତ ରାଗରେ ତାଙ୍କର ୫ ମାସର ଶିଶୁପୁତ୍ରକୁ ଟାଣି ନେଇ ତଳେ କଚାଡ଼ି ଦେଇଥିଲେ।
ଘଟଣାସ୍ଥଳରେ ଶିଶୁପୁତ୍ରଙ୍କର ମୃତ୍ୟୁ ଘଟିଥିଲା। ଗାଁ ଲୋକଙ୍କଠାରୁ ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ସେଠାରେ ପହଞ୍ଚିଥିଲା। ପାଲିସ ହେମନ୍ତଙ୍କୁ ଥାନାରେ ଅଟକ ରଖିବା ସହିତ ଘଟଣାର ତଦନ୍ତ କରୁଛି। ଘଟଣା ଘଟିବା ସମୟରେ ହେମନ୍ତ ଭୁଏ ମଦ ପିଇଥିଲେ ବୋଲି କୁହାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: Baragarh