Categories: ଜାତୀୟ

ନିଟ୍‌ ଏଣ୍ଟ୍ରାନ୍ସରେ ଉତ୍ତୀର୍ଣ୍ଣ ନ ହେବାରୁ ପୁଅ ପରେ ଆତ୍ମହତ୍ୟା କଲେ ବାପା

ଚେନ୍ନାଇ,୧୪।୮: ତାମିଲନାଡୁର ଚେନ୍ନାଇରେ ଏକ ଅଭାବନୀୟ ଘଟଣା ଘଟିଛି। ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ନ ହେବାରୁ ଜଣେ ୧୯ ବର୍ଷୀୟ ଯୁବକ ଆତ୍ମହତ୍ୟା କରିବାର ଗୋଟିଏ ଦିନ ପରେ ପିତା ମଧ୍ୟ ଆତ୍ମହତ୍ୟା କରିଛନ୍ତି। ପୋଲିସ କହିଛି ଯେ, ପୁଅର ମୃତ୍ୟୁ ଦୁଃଖକୁ ସେ ସହି ନ ପାରି ବାପା ନିଜ ଘରେ ଫାଶୀ ଲଗାଇ ଦେଇଛନ୍ତି।
ସୂଚନାନୁସାରେ, ଜଗାଦିଶ୍ୱରନ ନାମକ ଜଣେ ଛାତ୍ର ଦ୍ୱାଦଶ ପରୀକ୍ଷାରେ ୪୨୭ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ପରେ ଦୁଇଟି ପ୍ରୟାସରେ ନିଟ୍‌ ଏଣ୍ଟ୍ରାନ୍ସରେ ଫେଲ୍‌ ହୋଇଥିଲେ। ଏଥିରେ ସେ ଭାଙ୍ଗିପଡିଥିଲେ ଯେ ଘରେ ଆତ୍ମହତ୍ୟା କରିଦେଇଥିଲେ। ପରଦିନ ସକାଳେ ତାଙ୍କ ପିତା ସେଲଭାସେକରଙ୍କ ମୃତଦେହ ମଧ୍ୟ ମିଳିଥଲା।
ଏହି ଘଟଣାକୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ ଶୋକ ବ୍ୟକ୍ତ କରିବା ସହ ଆତ୍ମହତ୍ୟା ପଦକ୍ଷେପ ନ ନେଇ ଆତ୍ମବିଶ୍ୱାସ ରଖି ଜୀବନ ବଞ୍ଚିବାକୁ ଛାତ୍ରୀଛାତ୍ରଙ୍କୁ ଅପିଲ କରିଛନ୍ତି।

Share