Categories: ଫୁରସତ

ଝିଅକୁ କନ୍ୟା ବେଶରେ ଦେଖି ଭାବପ୍ରବଣ ହୋଇଗଲେ ପିତା: ଦେଲେ ଏମିତି ପ୍ରତିକ୍ରିୟା, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହା ଭାବପ୍ରବଣ କରିଥାଏ। ଆଜିକାଲି ଏଭଳି ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ପିତା ନିଜ ଝିଅକୁ ପ୍ରଥମ ଥର ପାଇଁ କନ୍ୟା ରୂପେ ଦେଖୁଛନ୍ତି। ଝିଅକୁ କନ୍ୟା ରୂପେ ଦେଖିବା ପରେ ପିତାଙ୍କ ପ୍ରତିକ୍ରିୟା ଦେଖି ସମସ୍ତେ ଭାବପ୍ରବଣ ହେବେ।
ଭାଇରାଲ ହେଉଥିବା ଏହି ଭିଡିଓରେଜଣେ ଯୁବତୀ କନ୍ୟା ପୋଷାକରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ତାଙ୍କ ମାତାପିତା ସାମ୍ନାରେ ଠିଆ ହୋଇଛନ୍ତି। ଝିଅକୁ କନ୍ୟା ରୂପେ ଦେଖି ବାପା ବହୁତ ଖୁସି ହୁଅନ୍ତି। ସେ ଖୁସିରେ ଛୋଟ ପିଲା ପରି ଡେଇଁବା ଆରମ୍ଭ କରନ୍ତି। ସେ ତାଙ୍କ ଝିଅକୁ ପ୍ରଶଂସା କରି କୁହନ୍ତି, ଓ୍ବାଓ ବେଟା, ମଜା ଆସିଗଲା। ବହୁତ ସୁନ୍ଦର ଦେଖାଯାଉଛୁ। ଦୁନିଆର ସବୁଠୁ ଶୀର୍ଷ .. ମିସ ୟୁନିଭର୍ସ କ’ଣ, ମିସ ଓ୍ବାଲର୍‌ଡ ସବୁକିଛି ପରି ଦେଖାଯାଉଛୁ। ବାପାଙ୍କ ପାଖରେ ଛିଡା ହୋଇଥିବା ଝିଅର ମା’ ମଧ୍ୟ ତାଙ୍କ ଝିଅକୁ ପ୍ରଶଂସା କରୁଛନ୍ତି। ଝିଅ ପାଇଁ ପିତାଙ୍କ ଏହି ପ୍ରତିକ୍ରିୟା ଦେଖି ସୋସିଆଲ ମିଡିଆରେ ଲୋକମାନେ ବହୁତ ଭାବପ୍ରବଣ ହୋଇପଡିଛନ୍ତି।
ଭାଇରାଲ ହେଉଥିବା ଏହି ଭିଡିଓ ଇନଷ୍ଟାଗ୍ରାମରେ @_makeupbyritikaa ନାମକ ଏକ ଆକାଉଣ୍ଟରେ ଷେୟାର କରାଯାଇଛି। ଯାହାକୁ ଏପର୍ଯ୍ୟନ୍ତ ୧.୫ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଛନ୍ତି।

Share