ବିବାହ ବିଚ୍ଛେଦକୁ ନେଇ ଏବେ ମୁହଁ ଖୋଲିଲେ ଶ୍ୱଶୁର

ମୁମ୍ବାଇ: ଟଲିଉଡ୍‌ର ଚର୍ଚ୍ଚିିତ ଦମ୍ପତି ନାଗା ଚୈତନ୍ୟ-ସାମନ୍ଥା ରୁଥ୍‌ ପ୍ରଭୁ ନିଜର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଦୁହେଁ ଏକ ଫିଲ୍ମ ଶୁଟିଂ ସମୟରେ ପ୍ରେମରେ ପଡିଥିଲେ। କିଛି ଦିନ ଡେଟିଂ ପରେ ୨୦୧୭ରେ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହର ୪ ବର୍ଷ ପରେ ପ୍ରଶଂସକମାନେ ଏହିି ଦମ୍ପତିଙ୍କଠାରୁ ଖୁସି ଖବର ଆଶା କରୁଥିଲେ, କିନ୍ତୁ ତାଙ୍କର ୪ର୍ଥ ବିବାହ ବାର୍ଷିକୀ ପୂର୍ବରୁ ସେ ଛାଡପତ୍ର ଦେଇ ନିଜ ପ୍ରଶଂସକଙ୍କୁ ଚକିତ କରି ଦେଇଥିଲେ।
୨୦୨୧ ଅକ୍ଟୋବର ୨ରେ ତାଙ୍କର ଛାଡପତ୍ର ହୋଇଥିଲା। ଏହା ମନୋରଞ୍ଜନ ଶିଳ୍ପ ଏବଂ ଏହାର ପ୍ରଶଂସକଙ୍କ ପାଇଁ ଏକ ଦୁଃଖର ଖବର ଥିଲା।
ବର୍ତ୍ତମାନ କିଛି ମାସ ପରେ ସାମନ୍ଥାଙ୍କ ଶ୍ୱଶୁର ତଥା ସାଉଥ୍‌ ଷ୍ଟାର ନାଗାର୍ଜୁନ ଏକ ସାକ୍ଷାତକାରରେ ଏହି ବିଷୟରେ ଖୋଲାଖୋଲି ଭାବରେ ନିଜର ମତ ଦେଇଛନ୍ତି। ସେ କହିଛନ୍ତି ଯେ, ସେ ତାଙ୍କ ପୁଅ ପାଇଁ ବହୁତ ଗର୍ବିତ। ସେହି ପରିସ୍ଥିତିକୁ ନାଗା ଯେଉଁ ଭଳି ଭାବେ ନିୟନ୍ତ୍ରଣ କରିଛନ୍ତି ତାହା ଗର୍ବର ବିଷୟ ହୋଇପାରେ। ମୋ ଅପେକ୍ଷା ସେହି ପରିସ୍ଥିତିରେ ନାଗା ମୋ ବିଷୟରେ ଅଧିକ ଚିନ୍ତା କରୁଥିଲେ। ଦମ୍ପତିଙ୍କ ଛାଡପତ୍ର ଘୋଷଣା ହେବାର ତିନି ମାସ ବିତିଗଲାଣି। କିନ୍ତୁ ଏହା ପଛର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

 

Share