ଶ୍ୱଶୁର ଘରୁ ଫେରୁଥିଲେ ଘଟିଲା ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର

ପାଟଣା,୨୯।୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନମ୍ବର ରାଞ୍ଚି ବିଜୟୱାଡା ଜାତୀୟ ରାଜପଥର ସାହାରପଡ଼ା ଦେଓନଦୀ ପୋଲ ନିକଟରେରେ ଏକ ଗ୍ଲାମର ବାଇକ୍‌ ସୋମବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ରାସ୍ତା କଡ଼କୁ ଛିଟିକି ପଡିଥିଲା । ଏଥିରେ ଥିବା ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ଗୁରୁତର ଜଣକ ମୟୂରଭଞ୍ଜ ଜିଲା କରଞ୍ଜିଆ ବ୍ଲକ କେରକେରା ଗ୍ରାମର ପ୍ରକାଶ ମହାନ୍ତ ବୋଲି ଜଣାପଡିଛି ।
ପ୍ରକାଶ ଯେ, କୌଣସି କାର୍ଯ୍ୟରେ ସେମାନେ ଘଟଗାଁ ବ୍ଲକ ବୃନ୍ଦାବନପୁରରୁ ଶ୍ୱଶୁର ଘରୁ ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ପଛରେ ବସିଥିବା ଯୁବକଙ୍କ ମତ୍ୟୁ ହୋଇଥିବା ବେଳେ ତାଙ୍କ ପରିଚୟ ସ୍ପଷ୍ଟ ହୋଇ ପାରିନାହିଁ। ମୃତକଙ୍କୁ ପ୍ରକାଶ ସାହାରପଡା ଛକରୁ ଉଠାଇ ଥିବା ଶୁଣିବାକୁ ମିଳୁଛି। ଘଟଣାସ୍ଥଳରେ ସାହାରପଡା ଫାଣ୍ଡି ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିବା ସହ ମୃତଦେହକୁ ଜବତ କରି ତଦନ୍ତ କରୁଛି।