ପୁଅକୁ ଟାଙ୍ଗିଆରେ ହାଣିଲା ବାପା

ବଡଗାଁ,୧।୧(ଡି.ଏନ୍‌.ଏ.): ନୂତନ ବର୍ଷ ନେଇ ସବୁଠି ଉତ୍ସାହ ଭରି ରହିଥିବା ବେଳେ ସୁନ୍ଦରଗଡ଼ ଜିଲା ବଡଗାଁ ଥାନା ଅନ୍ତର୍ଗତ ରନଗାଁ ଗ୍ରାମରେ ଶୁକ୍ରବାର ଘଟିଛି ଏକ ଅଭାବନୀୟ ଘଟଣା । ଶୋଇଥିବା ବେଳେ ପୁଅଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ବାପା। ମୃତକ ହେଲେ ସୁନ୍ଦର ମିରି(୨୦)। ମିଳିଥିବା ସୂଚନା ମୁତାବକ, ମଧ୍ୟାହ୍ନରେ ବାପା କରନୁ ମିରି (୫୨) ଏବଂ ପୁଅ ସୁନ୍ଦରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରବର୍ତ୍ତି ସମୟରେ ସେ ଘରେ ଶୋଇଥିଲେ। ସେତିକିବେଳେ ବାପା କରନୁ ଏକ ଟାଙ୍ଗିଆରେ ପୁଅଙ୍କୁ ହାଣି ଦେଇଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଗ୍ରାମବାସୀ କରନୁଙ୍କୁ ବାନ୍ଦି ରଖି ଘଟଣାର ସଂକ୍ରାନ୍ତରେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ବଡଗାଁ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି କରନୁଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି।

Share