ନାବାଳକ ପୁଅ ଧକ୍କାରେ ଚାଳିଗଲା ବାପାଙ୍କ ଜୀବନ

କୁନ୍ଦୁରା,୨୨।୪: କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଗୁଣ୍ଡାଳ ପଞ୍ଚାୟତ ଅଧୀନ ତଲିଆଗୁଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ବୁଧବାର ରାତିରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁବାର ସକାଳେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲା। ବାପାଙ୍କୁ ହତ୍ୟା କରିଥିବା ନେଇ ୧୩ ବର୍ଷର ନାବାଳକ ପୁଅ ପୋଲିସ ଆଗରେ ସ୍ବୀକାର କରିଛି। ପରେ ପୋଲିସ ନାବାଳକଙ୍କୁ ଅଟକ ରଖିଛି।
ସୂଚନା ଅନୁଯାୟୀ, ମୃତକ ସବୁବେଳେ ମଦ ପିଇ ଘରେ ଝଗଡ଼ା କରିବା ସହ ସ୍ତ୍ରୀଙ୍କୁ ମାରଧର କରନ୍ତି। ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ସେ ପୂର୍ବରୁ ୨ ବର୍ଷ ଜେଲରେ ରହି ଆସିଛନ୍ତି। ବୁଧବାର ବ୍ୟକ୍ତି ଜଣକ ମଦ ପିଇ ଘରେ ଝଗଡ଼ା କରୁଥିଲେ। ଏହି ସମୟରେ ନାବାଳକ ତାଙ୍କୁ ଠେଲିଦେଇଥିଲେ। ଫଳରେ ମୁଣ୍ଡ ପଛପଟ ମାଡ଼ ହେବାରୁ ତାଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ କୁନ୍ଦୁରା ଥାନାଧିକାରୀ ଶେଷଦେବ ବେହେରା, ଏସ୍‌ଆଇ ଶିରଣ ବିଦା, ଏଏସ୍‌ଆଇ ସର୍ବେଶ୍ୱର ରାଓ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲେ। ଗୁରୁବାର ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ସେଠାରେ ପହଞ୍ଚତ୍ ତଦନ୍ତ କରିଛି। ପୋଲିସ ୩୬/୨୧ରେ ମାମଲା ରୁଜୁକରି ନାବାଳକଙ୍କୁ ଥାନାରେ ଅଟକ ରଖିଛି। ମୃତଦେହ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରାଯାଇଛି।

Share