୫ ପିଲାର ବାପା କରୁଥିଲେ ଦ୍ୱିତୀୟ ବିବାହ: ତା ପରେ…

ବଲାଙ୍ଗୀର ଅଫିସ,୨୪ା୭- ବଲାଙ୍ଗୀର ସହର ଶାନ୍ତିପଡାରେ ଗୁରୁବାର ଜଣେ ଯୁବତୀଙ୍କ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା ା କନ୍ୟାଘର ଲୋକେ ବରପକ୍ଷଙ୍କୁ ସ୍ବାଗତ କରିବା ପାଇଁ ଅପେକ୍ଷା କରିଥିଲେ ା ସମ୍ପର୍କୀୟ, ବନ୍ଧୁବାନ୍ଧବ ବିବାହ ଭୋଜିର ମଜା ଉଠାଇ ସାରିଥିଲେ ା ଏତିକି ବେଳେ ସିନେମା ଷ୍ଟାଇଲରେ ଜଣେ ମହିଳା ନିଜ ୫ ଝିଅଙ୍କୁ ଧରି ସେଠାରେ ପହଞ୍ଚତ୍ ଥିଲେ ା ତାଙ୍କ ସହ ଜଣେ ପୋଲିସ କର୍ମଚାରୀ ବି ଥିଲେ ା ପୋଲିସ ସହ ମହିଳା ଜଣଙ୍କୁ ଦେଖି କନ୍ୟା ଘର ଲୋକେ ଦୌଡି ଆସିଥିଲେ ା କିଛି ତ୍ରୁଟି ହୋଇଯାଇଛି ବୋଲି ସେମାନେ ଭାବିଥିଲେ। ହେଲେ ମହିଳା ଜଣକ ଯାହା କହିଥିଲେ ସେଥିରେ କନ୍ୟାଘର ଲୋକଙ୍କ ମୁଣ୍ଡରେ ବଜ୍ର ପଡିଥିଲା ା ମହିଳା ଜଣକ କହିଥିଲେ, ଆପଣମାନେ ଯେଉଁ ବରକୁ ଅପେକ୍ଷା କରିଛନ୍ତି ସେ ହେଉଛନ୍ତି ମୋ ସ୍ବାମୀ ା ଏଇ ୫ ଝିଅ ବି ଆମର ା ଏଥିସହିତ ମହିଳା ଜଣକ କନ୍ୟାଘର ଲୋକଙ୍କୁ କିଛି ଫଟୋ ଓ ଅନ୍ୟ ପ୍ରମାଣ ଦେଖାଇଥିଲେ ା ଜଣେ ଅପରିଚିତ ମହିଳାଙ୍କଠାରୁ ଏକଥା ଶୁଣିବା ପରେ କନ୍ୟା ଘର ଲୋକଙ୍କ ହୋସ୍‌ ଉଡିଯାଇଥିଲା ା ସେମାନେ କ’ଣ କରିବେ କିଛି ବୁଝିପାରି ନ ଥିଲେ ା କନ୍ୟା ଘର ଲୋକେ ବରପକ୍ଷଙ୍କୁ ଫୋନ୍‌ ଲଗାଇଥିଲେ ା ତା’ପରେ ସବୁକିଛିି ଓଲଟ ପାଲଟ ହୋଇଯାଇଥିଲା ା ବର ଆଉ ବିବାହ କରିବାକୁ ଆସି ନ ଥିଲେ ା
ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀର ଶାନ୍ତିପଡାର ଜଣେ ବ୍ୟକ୍ତିଙ୍କ ଚାକିରିଆ ଝିଅ ସହ ଦେଓଗଁା ଥାନା ଅଞ୍ଚଳର ଜଣେ ଯୁବକଙ୍କ ବିବାହ ଠିକ୍‌ ହୋଇଥିଲା। ସେହି ଯୁବକ ଜଣକ ଟିଟିଲାଗଡ଼ ରେଲୱେ ବିଭାଗରେ ଚାକିରି କରନ୍ତି ଓ ରେଲୱେ କଲୋନୀରେ ରହୁଛନ୍ତି ବୋଲି କହିଥିଲେ। ଗୁରୁବାର ବିବାହ ତାରିଖ ଧାର୍ଯ୍ୟ ହୋଇଥିଲା ା କନ୍ୟାପକ୍ଷ ବିବାହ ଉତ୍ସବ ପୂର୍ବରୁ ସମସ୍ତ ବିଧିକାର୍ଯ୍ୟ ସମ୍ପନ୍ନ କରିଥିଲେ ା ହେଲେ ବିବାହ ପୂର୍ବରୁ ଜଣେ ମହିଳା ନିଜର ପିଲାମାନଙ୍କୁ ଧରି କନ୍ୟା ଘରେ ପହଞ୍ଚତ୍ ସେ ନିଜକୁ ପ୍ରଥମ ସ୍ତ୍ରୀ ବୋଲି ଦାବି କରିଥିଲେ। ପ୍ରଥମ ବିବାହ କଥା ଲୁଚାଇ ଦେଇ ତାଙ୍କ ସ୍ବାମୀ ଦ୍ୱିତୀୟ ବିବାହ ଯୋଜନା କରିଥିଲେ ବୋଲି ମହିଳା ଜଣକ କହିଥିଲେ ା ସମ୍ପୃକ୍ତ ମହିଳାଙ୍କ ଘର ତରଭା ଥାନା ଅଞ୍ଚଳରେ ବୋଲି ଜଣାପଡିଛି ା ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ା ଜଣେ ମହିଳାଙ୍କ ତଥ୍ୟକୁ ଆଧାର କରି ଟାଉନ୍‌ ଥାନା ପୋଲିସ କନ୍ୟା ଘରେ ତାଙ୍କୁ ପଞ୍ଚାଇଥିଲା ବୋଲି ପୋଲିସ କହିଛି ା ଏହି ଘଟଣା ବଲାଙ୍ଗୀରରେ ଚର୍ଚ୍ଚାର ବିଷୟ ହୋଇଛି ା