ନାବାଳିକା ଝିଅଙ୍କୁ ତଣ୍ଟି ଚିପି ହତ୍ୟା କଲା ବାପା

ନୂଆପଡ଼ା,୨୫।୭(ମକାରୁ ବେମାଲ): ନୂଆପଡା ସଦର ବ୍ଲକ ଧରମବନ୍ଧା ଥାନା କେନ୍ଦୁବାହାରା ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ବଳିପଡିଲେ ନାବାଳିକା ଝିଅ। ନିଜ ୧୩ ବର୍ଷର ଝିଅ ଜ୍ୟୋତି ମାଝିଙ୍କୁ ତଣ୍ଟି ଚିପି ହତ୍ୟା କରିଛି ବାପା। ଖବର ପାଇ ଧରମବନ୍ଧା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ଅଭିଯୁକ୍ତ ବାପା ଗଜାନନ୍ଦ ମାଝି (୩୮)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ସୋମବାର ଅପରାହ୍ନରେ କେନ୍ଦୁବାହାରା ଗାଁର ଗଜାନନ୍ଦ ମଦ ପିଇ ଘରକୁ ଆସିଥିଲେ। ସ୍ତ୍ରୀ ଗୋପପୁରୀ ମାଝି (୩୫) ଗଜାନନ୍ଦଙ୍କୁ କାହିଁକି ମଦ ପିଇ ଘରକୁ ଆସୁଛ ବୋଲି କହିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାକୁ ନେଇ ଗଜାନନ୍ଦ ସ୍ତ୍ରୀଙ୍କୁ ନିସ୍ତୁକ ମାଡ ମାରିବା ସମୟରେ ଝିଅ ଆସି ଉଭୟଙ୍କୁ ବୁଝାଇଥିଲେ। ହେଲେ ଝିଅ କଥା ନ ଶୁଣି ବାପା ଉତ୍ତ୍ୟକ୍ତ ହୋଇ ତଣ୍ଟି ଚିପି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ନାବାଳିକାଙ୍କ କକା ରୂପସି ମାଝି ଧରମବନ୍ଧା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଧରମବନ୍ଧା ଥାନାରେ ଏକ ମାମଲା (ନଂ.୪୮/୨୩) ରୁଜୁ ହୋଇଛିି।