ଝିଅକୁ ବଳାତ୍କାର କରିଥିବା ବାପା ଗିରଫ

ମାଲକାନଗିରି,୧୭ା୧୧(ଦୁର୍ଯ୍ୟୋଧନ ପାତ୍ର)-ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ସଦର ମହକୁମାରେ ନିଜ ଝିଅକୁ ବଳାତ୍କାର ଥିତ୍ବା ଅଭିଯୋଗକୁ ଭିତ୍ତି କରି ଓର୍କେଲ ପୋଲିସ ସମ୍ପୃକ୍ତ ବାପାଙ୍କୁ ଶୁକ୍ରବାର ଗିରଫ କରିଛି। ଏନେଇ ବାଲିମେଳା ଡ୍ରଗ୍‌ ଲାଇନର ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ କରିଥିଲେ। ଶୁକ୍ରବାର ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଧୀରେନ ପଟ୍ଟନାୟକ କହିଛନ୍ତି। ସୂଚନାଯୋଗ୍ୟ, ଗିରଫ ବ୍ୟକ୍ତି ଜଣକ ବାଲିମେଳା ଜଳବିଦ୍ୟୁତ୍‌ କେନ୍ଦ୍ରରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିଲେ।